ଦୀପଶିଖା ମୁଁ ଯେ ଜଳିଯାଇ ଖାଲି
ଆଲୋକ ଯାଇଛି ଜେଇ
ଦୁଃଖ ନାହିଁ ମୋର ମୋ ଦହନ ଯଦି
କେହି ତ ବୁଝିଲେ ନାହିଁ ।
ଆଲୋକିତ କଲି କୁଟୀର କାହାର ପୁଣି କାର ଚଲାପଥ
ବାସର ଘର ମୁଁ ନିରବେ ଜଳିଲି କବି ପାଇଁ ହେଲି ଗୀତ
ଭକତର ଲାଗି ମିନତି କଲି ମୁଁ
ଦେବତା ଚରଣେ ଯାଇ ।
ଆଲୋକ ଦେଖାଏ ସଭିଙ୍କୁ ସିନା ମୁଁ
ରହେ ନିଜେ ଅନ୍ଧକାରେ
ଆପଣାର ମଣେ ସକଳଜନଙ୍କୁ
ଦୁଃଖ ସହି ନିରବରେ
ଦେବାର ସୁଖରେ ଶୀତଳ ମୋ ତନୁ
ଦୁଃଖ ଯେ ମୋର ନାହିଁ !