କବିତା

ଦୁଃଖ ପରେ ସୁଖ ଆସେ

Minakshi debi's odia poem Duhkha Pare Sukha Aase

ସବୁ ମାସ ନୁହେଁ ପରା ଫଗୁଣ ମାସ
ଗ୍ରୀଷ୍ମ ବର୍ଷା ଆସେ ପୁଣି ଆସଇ ଶୀତ
ସବୁ ସହି ଚାଲେ ସିଏ ମାନେନି ସେ ପରାଜୟ !

ଦୁଃଖ ପରେ ସୁଖ ଆସେ

କିଛି ସୁଖ କିଛି ଦୁଃଖ କିଛି ହସ କିଛି ଲୁହ
ସବୁ ସହି ଚାଲିବାଟା ମଣିଷର ପରିଚୟ ।

ସୁଖ ଆସେ ପୂର୍ଣ୍ଣମୀର ଜୋଛନା ହୋଇ
ଦୁଃଖ ଅନ୍ଧାରେ ସେ ତ ଯାଏ ଉଭେଇ
ହସେ କିଏ ଝୁରେ କିଏ କିଏ କରେ ଅଭିନୟ !

ଦିନର ଆଲୁଅ ପରେ ଆସଇ ରାତି
ରାତି ପରେ ଦିନ ପୁଣି ଦୁନିଆଁ ରୀତି
ଦୁଃଖଟା ଝୁରିବାଟା ସମୟର ଅପଚୟ ।

ସବୁ ମାସ ନୁହେଁ ପରା ଫଗୁଣ ମାସ
ଗ୍ରୀଷ୍ମ ବର୍ଷା ଆସେ ପୁଣି ଆସଇ ଶୀତ
ସବୁ ସହି ଚାଲେ ସିଏ ମାନେନି ସେ ପରାଜୟ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top