କବିତା

ମୋ ପାଇଁ ତୁମେ

Minakshi debi's odia poem Mon Pain Tume

ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା
ଭରି ଦେଇଅଛ ମନେ ମୋର କେତେ କାମନା
ନିଦାଘ ମରୁ ମୋ ଜୀବନ ହୋଇଛି
ଯେମିତି ଫଗୁଣ ବନ !

ମୋ ପାଇଁ ତୁମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଲୁହରେ ଯେଦିନ ଲେଖିଲି ତୁମକୁ
ଲହୁରେ ଭିଜାଇ ମନ
ଆଜି ମୁଁ ଭାବୁଛି ସେଦିନ ମୋ ଲାଗି
ସବୁଠୁ ସୁଖର ଦିନ !

ତୁମେ ଭୁଲାଇଛ କେତେ ଦୁଃଖ କେତେ ଯାତନା
ଭରି ଦେଇଅଛ ମନେ ମୋର କେତେ କାମନା
ନିଦାଘ ମରୁ ମୋ ଜୀବନ ହୋଇଛି
ଯେମିତି ଫଗୁଣ ବନ !

ତୁମ ଲାଗି ମୁଁ ଯେ ନୂଆ ପରିଚୟ ପାଇଲି
ତୁମ ଲାଗି ପୁଣି ନିଜର ମୂଲ ମୁଁ ବୁଝିଲି
କବିତା ତୁମେ ମୋ ସବୁଠୁ ନିଜର
ସୁଖର ନନ୍ଦନବନ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top