କବିତା

ଜୀବନ

ଏମିତି ଜୀବନ ଏମିତି ସମୟ
କିବା ଲାଭ ଜୀଇଁବାରେ
ସୁଖ ତ ନ ଥାଏ ସପନ ନ ଥାଏ
ଲାଭ କିବା ଜଳିବାରେ ।

ଜୀବନ

ଏମିତି ଜୀବନ ଏମିତି ସମୟ
କିବା ଲାଭ ଜୀଇଁବାରେ
ସୁଖ ତ ନ ଥାଏ ସପନ ନ ଥାଏ
ଲାଭ କିବା ଜଳିବାରେ ।

ଆଖିର ଲୁହରେ ଝରିଯାଏ ଯଦି
ଆଶା ଯେତେ ଜୀବନର
ଛଳନା ମରୁରେ ହଜିଯାଏ ଯଦି
ସବୁଜିମା ହୃଦୟର
ଦୁଃଖ ତ ସରେନା କିବା ଲାଭ ମିଳେ
ଆଖି ଲୁହ ଢାଳିବାରେ ।

ସବୁ ଥାଇ ଯଦି ମିଳେ ନାହିଁ କିଛି
ମିଳେ ଖାଲି ଅପମାନ
ହତାଶା ନିରାଶା ଦୁଃଖ-ଅବଶୋଷ
ଆଉ କିଛି ଅଭିମାନ
କିବା ଲାଭ ମିଳେ ଅନ୍ତରରେ କାନ୍ଦି
ଅନ୍ୟ ଆଗେ ହସିବାରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top