କବିତା

ଜେଜେଙ୍କ ଧୋତି

Minati Pradhan's odia poem Jejenka Dhoti

ଛାପ ସ୍ପଷ୍ଟ ଦିଶେ-
ଜଣେ ସ୍ଵାଧୀନତା ସଂଗ୍ରାମୀର ।

ଜେଜେଙ୍କ ଧୋତି

ଲମ୍ବା ପାଞ୍ଚ ହାତ ଧୋତି
ସଫେଦ ମଲ ମଲ
କାନ୍ଧରେ ଗାମୁଛା
ପଞ୍ଜାବୀ ଆକାଶି ରଙ୍ଗର
ପିନ୍ଧି ବାହାରିଲେ
ଛାପ ସ୍ପଷ୍ଟ ଦିଶେ-
ଜଣେ ସ୍ଵାଧୀନତା ସଂଗ୍ରାମୀର ।

ବେଳେ ବେଳେ କୌତୁହଳୀ ପିଲା ମନ
ଘୁରି ବୁଲୁଥାଏ ତାଙ୍କ ଚାରିପଟେ
ଆଶ୍ଚର୍ଯ୍ୟ ହୁଏ କେତେ ଅନାୟସରେ
ପିନ୍ଧି ନିଅନ୍ତି, ସଜାଡି ହୋଇ
ସତରେ ଧୋତି ପିନ୍ଧିବା ଟା-
କଣ କେଉଁ କଳା ଠୁ କମ ଯେ ?

“ମଧୁ ଟା ଏ ଯାଏ ଧୋତି ପିନ୍ଧା ଶିଖିଲାନି”
ମୃଦୁ ଅଭିଯୋଗ ରେ ଜେଜେ ଙ୍କୁ ଖୁସି କରିବାର
ପ୍ରଚେଷ୍ଟା ରେ ବାପା ପିନ୍ଧନ୍ତି କେବେ କ୍ଵଚିତ ।
ପୂଜା ରେ ବା କନ୍ୟାଦାନ ବେଳେ
ମାଉସୀ ମାନଙ୍କ ଟାହି ଟାପରା ରେ
ବାରି ପଡେ ବାପାଙ୍କ ଅପରିପକ୍ଵ ପିନ୍ଧା ଶୈଳୀ ।

ଏତେ ଶୀଘ୍ର ମାନି ନେଇଥିଲେ ବାପା
କେମିତି କେଜାଣି
ଜେଜେଙ୍କ କଥାକୁ,
ତାଙ୍କ ପରେ ପରେ, ନିଜେ ବି ଘୋଡି ହୋଇ ଧୋତି
ପହଞ୍ଚି ଗଲେ ପୁରୀ ସ୍ଵର୍ଗ ଦ୍ଵାରେ ।

ଏବେ ଖାଲି ଦେଖା ମିଳେ ଚଉତା ହୋଇ
କେତେଖଣ୍ଡ, ଗାଁ ଘର ଆଲମୀରା ରେ
ରହି ରହି ପାଲଟିଲାଣି ଈଷତ ହଳଦିଆ
କିନ୍ତୁ, ସ୍ମୃତି ସବୁ ମଧୁର, ଚକ ଚକ ଏ ଯାଏ-
ଧଳା ଧୋତି ଭଳି !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top