କବିତା

ଫେରି ଆସନ୍ତା କି ମୋ ପିଲା ଦିନ

Prafulla Tripathy's odia poem Feri Aasanta Ki Mon Pila Dina

ଫେରି ଆସନ୍ତା କି ମୋ ପିଲା ଦିନ
ବୋଉ କୋଳେ ବସି ଅଝଟ କରିଲେ
ଖୋଇ ସେ ଦିଅନ୍ତା ଦେଖାଇ ଜହ୍ନ
ମୁଖେ ଦେଇ ଚୁମ୍ବନ ।।

ଫେରି ଆସନ୍ତା କି ମୋ ପିଲା ଦିନ
ବୋଉ କୋଳେ ବସି ଅଝଟ କରିଲେ
ଖୋଇ ସେ ଦିଅନ୍ତା ଦେଖାଇ ଜହ୍ନ
ମୁଖେ ଦେଇ ଚୁମ୍ବନ।।

ଗାଆଁ ଗୋହିରୀରେ ବରଷା ପାଣିର ସୁଅରେ ନାଚନ୍ତି ଖୁସି ହୋଇଣ
ସାଙ୍ଗ ସାଥୀ ମେଳେ ଡଙ୍ଗା ମୁଁ ଭସାନ୍ତି
ବୋଉ ଡାକୁ ଥିବ ଆ’ରେ ଧନ
ବରଷା ପାଣିରେ ଓଦା ତୁ ହୁଅନା
ଥଣ୍ଡା ଜ୍ଵର ହେବ ଜାଣିଥା ଧନ
ମୋ ହୃଦ ଚନ୍ଦନ ।।

ଗାଆଁ ତୋଟା ଆଡେ ଆମ୍ବକୁ ସାଉଁଟି ବାଣ୍ଟି ନବୁ ଯେତେ ସହି ସଙ୍ଗାତ
ଜାମୁ କୋଳି ଖାଇ ପାଟି ନାଲି କରି ମଜା କରୁଥିବୁ କେତେ କଅଣ
ଗୁରୁଜୀଙ୍କୁ ଦେଖି ଲୁଚି ଯାଉଥିବୁ
ନହେଲେ ପିଠିରେ ହେବ ଖୁମାଣ ।।

ପଖାଳ ଭାତକୁ ଶାଗ ଖରଡା ତ
ଆମ୍ବୁଲ ପାଣିକି ରସୁଣ ଦଳା
ପାଟିକୁ ସୁଆଦ ଯେତେ ସବୁ ଚିଜ ଏବେ
କାହିଁ ଆଉ ନମିଳେ ପରା
ଇସ୍କୁଲ୍ ବ୍ୟାଗ କାନ୍ଧରେ ପକାଇ ପାଠ ପଢା ହୁଏ କେତେ ଯତନ ।।

ସଂଜ ହେଲେ ପୁଣି ଦିଅଁଙ୍କ ପାଖରେ
ଭକତିରେ କରୁ କେତେ ଜଣାଣ
ଭକତି ଦିଅହେ ଶକତି ଦିଅହେ
ତୁମେ ପରା ପ୍ରଭୁ ବିଶ୍ୱ ମୋହନ
ରାଗ ହିଂସା କ୍ରୋଧ କାଢି ନିଅ ପ୍ରଭୁ !
ଆମେତ ସବୁ ପିଲା ତୁମ ସନ୍ତାନ। ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top