ଗଳ୍ପ

ଅମୃତ ମୁହୂର୍ତ୍ତ

Banka Bihari Das's Odia Story AMRUTA MUHURTTA

ବହୁତ ଖୁସି ହେଲି । ତମ ବାପା ତ ମୂକ ବଧିର ଭଳି ବସିଥିବ ଆଉ ତମର ଚାକିରୀ ପାଇଁ ଟିକେ ମାତ୍ର ଖୁସି ହୋଇନଥିବ । ତେବେ ତମ ହତଭାଗିନୀ ମା’ ଏ କଥା ଜାଣିଲେ ନିଶ୍ଚୟ ଖୁସି ହେବ ।

ଅମୃତ ମୁହୂର୍ତ୍ତ

ଆମ ଘର ସମ୍ମୁଖରେ ବିଶାଳ ସବୁଜ ରଙ୍ଗ ଘାସକ୍ଷେତ । ତାହା ପୁଣି ଲମ୍ୱିଯାଇଛି କିଛି ଦୂର ପର୍ଯ୍ୟନ୍ତ । ଯେଉଁଠି ଶେଷ ହୋଇଛି ସେଇଠି ଦୁଇ/ତିନିଫୁଟ ଚୌଡ଼ାର ନାଲି ଗୋଡ଼ି ରାସ୍ତା ଆଉ ସେହି ନାଲି ଗୋଡ଼ି ରାସ୍ତା ଲମ୍ୱିଯାଇ ମିଶିଛି ପ୍ରଧାନ ସର୍ବସାଧାରଣ ପିଚୁ ରାସ୍ତାରେ । ସେହି ରାସ୍ତାରେ ଟ୍ରକ୍, ବସ୍, ସ୍କୁଟର୍, କାର୍ ଗତାଗତ କରେ । ଆମ ଘର ସମ୍ମୁଖ ସବୁଜ କ୍ଷେତର ଶେଷ ଏବଂ ମାଟି ଗୋଡ଼ି ରାସ୍ତାର ଆରମ୍ଭରେ କୋଉ କାଳର ଗହଳିଆ ଆମ୍ୱଗଛ । ନାଲି ଗୋଡ଼ି ରାସ୍ତାର ଅପର ପାଖରେ ଏକ କ୍ଷୁଦ୍ର ନଦୀ । ବର୍ଷର ବାରମାସ ଜଳରାଶି ପ୍ରବାହିତ ହୁଏ । ବର୍ଷା ସମୟରେ ସେ ନଦୀର ରୂପ ଅତି ଭୟଙ୍କର । ନଦୀ ସ୍ରୋତ ବେଗ ଗର୍ଜନ କରି ଦୁଇ କୂଳ ଲଙ୍ଘନ କରିଥାଏ । ଆଉ ଆମ ଘର ସାମନା ସବୁଜ ଘାସକୁ ବୁଡ଼ାଇ ଦେଇ ଆମ ଘର ପିଣ୍ଡା ପର୍ଯ୍ୟନ୍ତ ପାଣି ଚାଲିଆସେ । ସେମିତି ବସନ୍ତ ଋତୁରେ କୁଳୁକୁଳୁ ଶବ୍ଦରେ ବହିଯାଏ ତା’ର ଗନ୍ତବ୍ୟ ପଥରେ । ଏହି ଜଳକୁ ସ୍ପର୍ଶ କରି ମଳୟ ପବନ ଧୀରେ ଧୀରେ ବହି ଆସି ସବୁଜ ଘାସକୁ ମଧ୍ୟ ସ୍ପର୍ଶ କରି ଆମ ଘର ଭିତରେ ପ୍ରବେଶ କରି ବେଶ୍ ଶିହରଣ ସୃଷ୍ଟି କରିଥାଏ । ନଦୀ କୂଳର ସେହି ଝଙ୍କାଳିଆ ଆମ୍ୱଗଛରେ ବଉଳ ଭରିଦିଏ । ମୋ ଦେଖିବାରେ ଯେତେ ପ୍ରଳୟଙ୍କରୀ ବନ୍ୟା, ତୋଫାନ୍ ଓ ଝଡ଼ ହେଲେ ବି ସେହି ଆମ୍ୱଗଛଟି ସେମିତି ଠିଆହୋଇଥାଏ । କିଏ ଜଣେ ବିଦାନ୍ୟ ବ୍ୟକ୍ତି ସେହି ଗଛ ଚାରିପାଖରେ ଖଣ୍ଡେ ସିମେଣ୍ଟ୍ ଚଉତରା କରିଦେଇଛି । ତେଣୁ କେତେବେଳେ କିଏ କେମିତି ସେହି ଚଉତରାରେ ବସି ଏହି ନଦୀଆଡ଼େ ଚାହିଁ ଆନନ୍ଦିତ ହୁଅନ୍ତି ।

ଆମ ଘରଟା ଗାଁର ସମ୍ପୂର୍ଣ୍ଣ ବାହାରେ । ଆମର ଗାଁଲୋକଙ୍କ ସହ ବିଶେଷ ସମ୍ପର୍କ ନାହିଁ । କେତେବେଳେ ଠାକୁରାଣୀଙ୍କ ପାଖରେ ଯନ୍ତାଳ ବା ଦୋଳଯାତ୍ରା କିମ୍ୱା କାର୍ତ୍ତିକ ପୂର୍ଣ୍ଣମୀ ହେଲେ କିଛି ଚାନ୍ଦାଭେଦା ଦେଇ ଆମର ଗାଁ ସହିତ ସହଯୋଗ ଥିବାର ଜଣାଇଥାଉ । ତେବେ ଗାଁ କୌଣସି କାର୍ଯ୍ୟରେ ମୁଁ କିମ୍ୱା ବାପା ଯୋଗ ଦେଉନାହୁଁ ।

ମୋର ହେତୁ ବା ଜ୍ଞାନ ହେଲା ଦିନୁ ଦେଖୁଛି ବାପା ସମ୍ପୂର୍ଣ୍ଣ ନିରବ । କଥାବାର୍ତ୍ତା ପ୍ରାୟ କରନ୍ତି ନାହିଁ । ନିର୍ଜନରେ ସମୟ ଅତିବାହିତ କରିବାକୁ ଭଲ ପାନ୍ତି । ବୋଧହୁଏ ସେଇଥି ପାଇଁ ଏହି ନିର୍ଜନ ସ୍ଥାନରେ ଗୋଟିଏ ଛୋଟିଆ କୋଠା ତୟାର କରି ବସବାସ କରୁଛନ୍ତି । ସବୁଦିନ ଘର ପିଣ୍ଡାରେ ଆରାମ ଚୌକିରେ ବସି ରହି ନଦୀ, ଆମ୍ୱଗଛ ଏବଂ ଦୂର ଦିଗ୍‌ବଳୟକୁ ନିରବରେ ଦେଖୁଥାନ୍ତି । ସେତେବେଳେ ମୁଁ କିମ୍ୱା ଆମ ଘରେ ଥିବା ମୋ ପିଲାଦିନରୁ ଥିବା ରଘୁକାକା କିଛି ପଚାରିଲେ କିମ୍ୱା କହିଲେ ସେ ବେଶ୍ ବିରକ୍ତ ହୁଅନ୍ତି । ମୁଁ କିମ୍ୱା ରଘୁକାକା ତାଙ୍କୁ କେବେ ବିରକ୍ତ ହେବାକୁ ଚାହୁଁ ନ ଥାଉ । ରଘୁକାକା ଗୋଟାଏ ଅଦ୍ଭୁତ ଜୀବ । ଜାତିରେ ବଙ୍ଗୀଳୀ । ଜମ୍ବୁ ଅଞ୍ଚଳରୁ ବାପା ଚାକିରୀ କଲାବେଳେ ଆଣିଥିଲେ । ତା’ର କେହି ନାହାନ୍ତି । ବାପା, ମା’, ସ୍ତ୍ରୀ ଓ ପୁଅ ବାତ୍ୟା ଓ ବନ୍ୟାରେ ନିଶ୍ଚିନ୍ନ ହୋଇଯାଇଛନ୍ତି । ଆମ ଘରେ ୩୦/୪୦ ବର୍ଷରୁ ରହିଲାଣି । ସେ ଆମ ଘରର ଜଣେ ସଚ୍ଚୋଟ ମେମ୍ୱର । ତା’ ଯୋଗୁଁ ଆମ ଘର ଚାଲିଛି । ମାସ ଶେଷରେ ବାପା ଅବସରକାଳୀନ ଭତ୍ତା ରଘୁକାକାଙ୍କୁ ଧରେଇ ଦିଅନ୍ତି । ବାପା ପ୍ରାୟ ୨୦ ବର୍ଷ ଲୋକ ସରକାରୀ ଚାକିରୀରୁ ଅବସର ନେଲେଣି । ମୋର ଅଳିଅର୍ଦ୍ଦଳି ସବୁ ରଘୁକାକାଙ୍କ ପାଖରେ । ବାପାଙ୍କର ନିରବତା ଏବଂ ବିରକ୍ତିଭାବ ତାଙ୍କ ପାଖରୁ ଦୂରେଇ ଦେଇଛି । ମୋର ପାଠପଢ଼ା ଓ ଚାକିରୀ କରିବାରେ ରଘୁକାକାଙ୍କ ମୂଲ୍ୟବାନ ପରାମର୍ଶ ନେବାକୁ ହୁଏ । ରଘୁକାକା ଅଳ୍ପ କିଛି ବଙ୍ଗଳା ଭାଷା ଜାଣିଥିଲେ ମଧ୍ୟ ମୋତେ ଠିକ୍ ସମୟରେ ଉପଯୁକ୍ତ ପରାମର୍ଶ ଦେଇଛନ୍ତି ।

ହୁଏତ ତାଙ୍କରି ପରାମର୍ଶରେ ମୁଁ ବର୍ଷକରେ ଗୋଟାଏ ଭଲ ଚାକିରୀ କରିଛି । ବାପା ଚାକିରୀ କରିବା କଥା ଜାଣି ମଧ୍ୟ କିଛି ଉପଦେଶ ଦେଇ ନାହାନ୍ତି । ସମୟେ ସମୟେ ଆଶ୍ଚର୍ଯ୍ୟ ଲାଗେ । ବାପାଙ୍କର କ’ଣ ହୋଇଛି ମୋର ଜାଣିବାର ଉପାୟ ନାହିଁ । ମୋର ମଧ୍ୟ ସାହସ ନାହିଁ ତାଙ୍କର ଦୁଃଖ ଓ କଷ୍ଟ ବୁଝିବାକୁ । ବହୁବାର ରଘୁକାକାଙ୍କୁ ବାପାଙ୍କ କଥା ପଚାରିଛି, କିନ୍ତୁ ରଘୁକାକା ବେଶ୍ ନିରବ । ବନ୍ଧୁବାନ୍ଧବ କେହି ଆସିଲେ ସେମାନଙ୍କଠାରୁ ବାପାଙ୍କ କଥା ବୁଝିହୁଅନ୍ତା । କିନ୍ତୁ ଆଶ୍ଚର୍ଯ୍ୟର କଥା ଆମ ଘରକୁ କେହି ବନ୍ଧୁ ଆସିବାର ମୁଁ ଦେଖିନି । ଶୁଣିଛି ରଘୁବୀରବାବୁ କେବେ କେମିତି ଆମ ଘରକୁ ଆସନ୍ତି । ସେ ବାପାଙ୍କର ଅନ୍ତରଙ୍ଗ ବନ୍ଧୁ । ସେ ମଧ୍ୟ ଅବସର ନେଇ ନିଜ ଘରେ ରହୁଛନ୍ତି । ସେ ଆସିଲେ ବାପାଙ୍କ ମାନସିକ ଅବସ୍ଥାରେ କିଛି ପରିବର୍ତ୍ତନ ହୁଏ । ବାପା ତାଙ୍କ ସହ ଯତ୍ସାମାନ୍ୟ ଖୁସିଗପ କରନ୍ତି । ପରେ ଆମ ଘରେ ଦିନର ଭୋଜନ ଶେଷ କରି ଫେରିଯାଆନ୍ତି ପ୍ରାୟ ୪ଟା ସମୟେ । ରଘୁକାକା ତାଙ୍କୁ ସେହି ପ୍ରଧାନ ରାସ୍ତା ପିଚୁରୋଡ଼ରେ ଛାଡ଼ି ଆସେ । ସେ କୋଉଠି ରୁହନ୍ତି ତାହା ମୋ ପକ୍ଷେ ଜାଣିବା ସମ୍ଭବ ନ ଥିଲା । ମୁଁ ବାପାଙ୍କ ଅବସ୍ଥା ଜାଣିବାକୁ ଚେଷ୍ଟା କଲା ପରେ ରଘୁବୀରବାବୁଙ୍କୁ ଦେଖା କରିବାର ପ୍ରୟାସ ଜାରି ରହିଲା । ବହୁ ପରିଶ୍ରମ ପରେ ରଘୁବୀରବାବୁଙ୍କ ଠିକଣା ରଘୁକାକା ଠାରୁ ଆଦାୟ କରି ଜାଣିଲି ସେ ଆମ ଅଫିସ୍ ପାଖରେ ଗୋଟାଏ କୋଠାଘର କରି ରହୁଛନ୍ତି ।

ଅଫିସ୍ କାର୍ଯ୍ୟ ପରେ ରଘୁବୀରବାବୁଙ୍କ ଘର ଖୋଜାଖୋଜି କରି ପ୍ରାୟ ୩/୪ ଦିନ ପରେ ପାଇଲି । ଛୋଟ ଘରଟିଏ । ମହାନଦୀକୁ ମୁହଁ କରି ତିଆରି ହୋଇଛି । କିଲ୍ଲାପଡ଼ିଆ ମହାଦେବଙ୍କ ମନ୍ଦିର ପରେ ସେହି ଘର । ଛୋଟ ସାଇନ୍‌ବୋର୍ଡ ରଘୁବୀର ଦାସ, ଅବସରପ୍ରାପ୍ତ ଡେପୁଟି କଲେକ୍ଟର । ପ୍ରଥମେ ସାହସ ହେଲାନି । ସେଦିନ ଚାଲିଆସିଥିଲି । ସେ ପରଦିନ ସାହସ ବାନ୍ଧି ତାଙ୍କ ଘର ଦୁଆର ମୁହଁରେ କଲିଂ ବେଲ୍ ମାରିବାରେ ଜଣେ ବୟସ୍କ ବୃଦ୍ଧ ବାହାରିଲେ । ଦେହର ରଙ୍ଗ ଗୋରା, ମୁଣ୍ଡର ଚୂଳ ସମ୍ପୂର୍ଣ୍ଣ ଧଳା । ସାହସ ବାନ୍ଧି ପଚାରିଲି- “ମୁଁ ରଘୁବୀର ମଉସାଙ୍କୁ ଦେଖା କରିବାକୁ ଚାହେଁ ।” ସେ ଭଦ୍ରବ୍ୟକ୍ତି ସଂକ୍ଷେପରେ ଉତ୍ତର ଦେଲେ- “ମୁଁ ।” ସାଙ୍ଗେ ସାଙ୍ଗେ ତାଙ୍କ ପାଦଧୂଳି ନେଇ କହିଲି- “ମୁଁ ଅୟସକାନ୍ତ ! ଅୟସକାନ୍ତ ପଟ୍ଟନାୟକ । ରଣବୀର ପଟ୍ଟନାୟକଙ୍କ ପୁଅ ।” ବୃଦ୍ଧଜଣକ ବହୁତ ଆନନ୍ଦରେ ମୋତେ ଆଲିଙ୍ଗନ କରି ଘରକୁ ନେଇଗଲେ ଏବଂ ବଡ଼ ପାଟିରେ- “ହଇଓ ଶୁଣୁଛ ! ରଣବୀର ପୁଅ ଅୟସକାନ୍ତ ଆସିଛି ।” ଘରୁ ବୃଦ୍ଧା ନାରୀ ବାହାରି ଆସିବାରୁ ତାଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ନମସ୍କାର କଲି । ସେହିଦିନ ହୃଦ୍‌ବୋଧ କଲି ସ୍ନେହ ଓ ମମତା କ’ଣ ? ସେହି ସ୍ନେହର ଆବଶ୍ୟକତା ମଣିଷ ଜୀବନରେ କାହିଁକି ଦରକାର ? କଲେଜ ଜୀବନରେ ସୋସିଓଲଜି ବିଷୟ ନେଇ ପଢ଼ିଲାବେଳେ ମୋର ମନେପଡ଼ିଲା- “Man is a Social Animal” ଏବେ ଦେଖୁଛି ଏବଂ ଜାଣୁଛି ଏହି ପଂକ୍ତିଟିର କି ଆବଶ୍ୟକତା ଅଛି । ମୋ ଜୀବନରେ ଆମ ରଘୁକାକା ତା’ର ସମସ୍ତ ସ୍ନେହ ଓ ଶ୍ରଦ୍ଧା ମୋରିଠାରେ ଢାଳି ଦେଇଥିଲା ଏବଂ ଆଜି ମଉସା ଏବଂ ମାଉସୀଙ୍କର ସ୍ନେହ ଓ ଶ୍ରଦ୍ଧାର ଆବରଣ । ମୁଁ ଏତେ ବିଭୋର ହୋଇଯାଇଛି ଯେ ମଉସାଙ୍କ କୌଣସି କଥା ଠିକ୍ ଭାବେ ଶୁଣି ପାରୁନାହିଁ । ମନେପଡ଼ିଲା ବାପାଙ୍କର କଡ଼ ଏବଂ ତିକ୍ତ ବ୍ୟବହାର । ଦିନେ ମୋତେ ପୁଅ ବୋଲି ସମ୍ୱୋଧନ କରିଥିବାର ମନେପଡୁ ନଥିଲା ।

କଥାଟା କେମିତି ଆରମ୍ଭ କରିବି ତାହା ହିଁ ଚିନ୍ତା କରୁଛି । ସେହି ସମୟରେ ମଉସା ପଚାରିଲେ- “ବାବା ! ତମେ କ’ଣ ଚାକିରୀ କଲଣି ?” ସଂକ୍ଷେପରେ ଉତ୍ତର ଦେଲି- “ଗୋଟାଏ ଇନ୍ସୁରାନ୍ସ କମ୍ପାନୀରେ ମ୍ୟାନେଜର୍ ଅଛି ।”

ଭଲ ହେଲା, ଠାକୁର ତମ ଉପରେ ବେଶ୍ ଏବଂ ବହୁତ ଦୟା କରିଛନ୍ତି ତେବେ ତମ ପୋଷ୍ଟିଂ କେଉଁଠି ?

ଏଇ କଟକ ସହରରେ, ଆପଣଙ୍କ ଘର ପାଖରେ ଅଫିସ୍‌ଟା ।

ବହୁତ ଖୁସି ହେଲି । ତମ ବାପା ତ ମୂକ ବଧିର ଭଳି ବସିଥିବ ଆଉ ତମର ଚାକିରୀ ପାଇଁ ଟିକେ ମାତ୍ର ଖୁସି ହୋଇନଥିବ । ତେବେ ତମ ହତଭାଗିନୀ ମା’ ଏ କଥା ଜାଣିଲେ ନିଶ୍ଚୟ ଖୁସି ହେବ ।

ଦୟାକରି କୁହନ୍ତୁ ମମ୍ ମୋର କୋଉଠି ଅଛି ? ମୁଁ ତାଙ୍କୁ ଦେଖା କରି ଆଶୀର୍ବାଦ ନେବାକୁ ଚାହେଁ । ମୁଁ ମୋ ଜ୍ଞାନ ପାଇଲା ଦିନୁ ତାଙ୍କୁ ଦେଖିନି । କେବଳ ଦେଖିଛି ବାପା ଏବଂ ରଘୁକାକାଙ୍କୁ ।

ବ୍ୟସ୍ତ ହୁଅନା । ମମ୍‌ଙ୍କ ପାଖକୁ ଯିବା । ସେ ଏହି କଟକ ସହରରେ ଅଛନ୍ତି । ମୁଁ ଜାଣେ ତମେ ତମ ମମ୍‌ଙ୍କୁ କେବେ ଦେଖିନାହଁ ।

ଇତିମଧ୍ୟରେ ମାଉସୀଙ୍କ କିଛି ଖାଦ୍ୟର ବ୍ୟବସ୍ଥା । ପାଖରେ ବସି ଏଇଟା ଖାଅ, ସେଇଟା ଖାଅ କହିବାରୁ ମୋ ହୃଦୟରେ ମମତାର ଜୁଆର । ମାଉସୀଙ୍କ ବ୍ୟବହାରରେ ମୋ ମନକୁ ମମ୍‌ଙ୍କ କଥା ବାରମ୍ୱାର ଧକ୍କା ଦେଲା । ମନେପଡ଼ିଲା ବାପାଙ୍କ ଅଙ୍ଗୀକାର । କେବେ ତାଙ୍କ ଆଖିରେ ଲୁହ ମୁଁ ଦେଖିନି । ସେହି ଚୌକିରେ ବସି ବସି ସୁଖ, ଦୁଃଖ ସବୁ ହଜମ କରିଦେଇଛନ୍ତି ବୋଧହୁଏ । ସାଥି କହିଲେ ଘର ଆଗରେ ଥିବା ସବୁଜ କ୍ଷେତ, ଗହଳିଆ ଆମ୍ୱଗଛ ଆଉ କୁଳୁକୁଳୁ ଗଡ଼ି ଚାଲିଥିବା ବହୁଦିନ ନଦୀର ସରୁ ଧାର । ଦିନେ ତ ମୋତେ କିମ୍ୱା ରଘୁକାକାଙ୍କୁ ମମ୍‌ଙ୍କ କଥା କହିନାହାନ୍ତି । ମାଉସୀଙ୍କ କଥାରେ ମୋର ଭାବନାର ଅନ୍ତ ହେଲା । ତାଙ୍କ ଘରେ ଖାଇବା ଶେଷ କରି ଉଠିଲା ବେଳକୁ ମଉସା ଏବଂ ମାଉସୀ କହିଲେ- “ବାବା ଏଠିକି ବରାବର ଆସୁଥିବ ।” ମୁଁ ସେମାନଙ୍କ କଥାରେ ସମ୍ମତ ହୋଇ ମମ୍‌ଙ୍କ ସହ କୋଉଦିନ ଯିବା ବୋଲି ପ୍ରଶ୍ନ କଲି । ମଉସା କହିଲେ- “ବାବା ! ବ୍ୟସ୍ତ ହେବାର ନାହିଁ, ନିଶ୍ଚୟ ଯିବା ।” ଏତିକିରେ ଆଜିର ସାକ୍ଷାତ୍ ଶେଷ ହେଲା । ମୁଁ ଫେରିଲି ମୋ ବାସସ୍ଥଳକୁ, କିନ୍ତୁ ମନରେ ମମ୍‌ଙ୍କ କଥା ବାରମ୍ୱାର ମନେପଡ଼ି ମନକୁ ଆବୃତ କରି ରଖିଲା ।

ପରେ ଜାଣିଲି ମାଉସୀ କଥା । ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି । ଯୌବନ ଅବସ୍ଥାରେ ବହୁବାର ଚିକିତ୍ସା ହୋଇଥିଲେ । ତା’ପରେ ପୂଜା ଅର୍ଚ୍ଚନା ଏବଂ ମାନସିକ । ଫଳ କିଛି ହେଲାନି । ବର୍ତ୍ତମାନ ଟେଷ୍ଟଟ୍ୟୁବ୍ ଚେକିଂ ବ୍ୟବସ୍ଥା ଥିଲେ ମଧ୍ୟ ମଉସା ଏବଂ ମାଉସୀ ସେ ପଦ୍ଧତି ଗ୍ରହଣ କରିନାହାନ୍ତି । ଜୀବନର ଶେଷ ଅବସ୍ଥାରେ ପୋଷ୍ୟପୁତ୍ର ଗ୍ରହଣ କରିବାର ଆଗ୍ରହ ନାହିଁ । ସେମାନଙ୍କର ଏକ ଅଦ୍ଭୁତ ଚିନ୍ତାଧାରା । ନିଜ ଜନ୍ମିତ ପୁତ୍ର ନଥିଲେ ପୋଷ୍ୟ ବା ଅନ୍ୟ ପ୍ରକାର ପୁତ୍ର ଓ କନ୍ୟା ବୟସ ପ୍ରାପ୍ତି ପର ।

ସେମାନଙ୍କୁ ଅଶ୍ରଦ୍ଧା ତଥା ଅତ୍ସୟା ଭାବପ୍ରକାଶ କରି ସମ୍ଭବତଃ ସେମାନଙ୍କ ଉପରେ ଯଥେଷ୍ଟ ଅତ୍ୟାଚାର କରିବ, କିନ୍ତୁ ମୁଁ ତ ମୋ ବାପାଙ୍କର ଜନ୍ମିତ ଏକମାତ୍ର ପୁତ୍ର, କିନ୍ତୁ ବାପାଙ୍କ ବ୍ୟବହାର ମୋ ପ୍ରତି ଏମିତି କାହିଁକି ? ଏ ପ୍ରଶ୍ନର ଉତ୍ତର ମୁଁ ବହୁଦିନରୁ ଖୋଜୁଛି । ପାଇବାକୁ ସକ୍ଷମ ହୋଇନି । ଏହା ମୋ ପାଇଁ ଏ ଜଟିଳ ପ୍ରଶ୍ନ । ବାପାଙ୍କ ମନସ୍ତାତ୍ତ୍ୱିକ ଗବେଷଣା ମୋ ପକ୍ଷରେ ନିଶ୍ଚିତଭାବେ ଅସମ୍ଭବ । ମମି ସହ ଦେଖା ହେଲେ କିଛି ଆଲୋକପାତ ହେବ ବୋଲି ମୋର ବିଶ୍ୱାସ ।

ଦିନ ସ୍ଥିର କରି ରଘୁବୀର ମଉସା, ମାଉସୀ ଏବଂ ମୁଁ ସି.ଡ଼ି.ଏ. ଯାଇ ମମ୍‌ଙ୍କ ଘରେ ପହଞ୍ଚି ଯାହା ଦେଖିଲି ସେଥିରେ ମୁଁ ସମ୍ପୂର୍ଣ୍ଣ ଅବାକ୍ । ଘର ଭିତରେ ଜଣେ ଜୀର୍ଣ୍ଣଶୀର୍ଣ୍ଣ ସ୍ତ୍ରୀଲୋକ ବିଛଣା ଉପରେ ଶୋଇଛନ୍ତି । ଉଠିବାର କ୍ଷମତା ନାହିଁ ବିଛଣାରୁ । ମଉସା ମୋ ଆଡ଼େ ଚାହିଁବାରୁ ମୁଁ ପାଦରେ ମୁଣ୍ଡ ଲଗାଇ ନମସ୍କାର କରିବାରୁ ରଘୁବୀର ମଉସା ମମ୍‌ଙ୍କୁ କହିଲେ- “ଅରୁ ଭାଉଜ ! ଚିହ୍ନିଲ ଏ ପିଲାକୁ । କୋଉଠି କେବେ ଦେଖିଛ କି ?”

ମମ୍ ମୋ ଆଡ଼େ ବେଶ୍ କିଛି ସମୟ ଚାହିଁଲେ ଏବଂ କ୍ଷୀଣ ସ୍ୱରରେ କହିଲେ- “ମୁଁ ଏ ଛୁଆକୁ କୋଉଠି କେବେ ଦେଖିଲା ଭଳି ମନେ ହେଉନି । ତେବେ ମୁଁ ଭାବୁଛି ସେ ମଣ୍ଟୁ ହୋଇପାରେ ।” ମୁଁ ଏକଦମ୍ ସ୍ତମ୍ୱିତ । ମୋତେ ଦେଖି ମୋ ଡାକ ନାଁ. . . । ରଘୁବୀର ମଉସା ଏବଂ ମାଉସୀ ସାମାନ୍ୟ ହସିଦେଇ କହିଲେ- “ତମେ ଠିକ୍ କହିଛ ।” ମମ୍ କହିଲେ- “ବାପା ! ପାଖକୁ ଆ’, ମୋ ଛାତି ଭିତରେ ତତେ ଜାକି ଧରେ ।” ମୁଁ ପାଖକୁ ଯିବାର ଦୁର୍ବଳ ହାତ ଦୁଇଟିରେ ମୋତେ କୁଣ୍ଢେଇ ଧରିଲେ । ଲକ୍ଷ୍ୟ କଲି ଶ୍ରାବଣର ଧାରା ଭଳି ଆଖିରୁ ଲୋତକ ଗଡ଼ିଚାଲିଛି । ମୋ ମନର କୋହକୁ ଚାପି ପାରିଲି ନାହିଁ । ମୋ ଆଖିରୁ ଆନନ୍ଦାଶ୍ରୁ ମଧ୍ୟ ଗଡ଼ି ଚାଲିଲା । କିଛି ସମୟ ପରେ ସେ ସବୁ ମିଳନ ପର୍ବର ଅବସାନ ହେଲା ।

ମମ୍ ! ତମେ ଏତେ ବର୍ଷକାଳ ମୋତେ ଏବଂ ବାପାଙ୍କୁ ଛାଡ଼ି ରହିପାରିଲ କେମିତି. . . ?

ସେ ବହୁତ କଥା ବାପା । ଯାହାହେଉ ତୋ ସହିତ ମୋର ଦେଖାହେଲା । ଏହା ହିଁ ସବୁଠାରୁ ବଡ଼ କଥା । ତେବେ ତୁ ରହୁଛୁ କୋଉଠି ?

କଟକରେ, ଏଇ ମଉସାଙ୍କ ଘର ପାଖରେ । ମମ୍ କେମିତି ଖୁସି ହେଲା ଭଳି ଜଣାପଡ଼ିଲେ । କହିଲେ, “ତାଙ୍କ ପାଖକୁ ମଝିରେ ମଝିରେ ଆସିବାକୁ ।” ମୁଁ ନିରବରେ ହଁ ଭରି ତାଙ୍କଠାରୁ ବିଦାୟ ନେଲି । ରଘୁ ମଉସା ଏବଂ ମାଉସୀ ମଧ୍ୟ ବିଦାୟ ନେଲେ । ମନର ସରସତା ପ୍ରାୟ ଛାଡ଼ି ଯାଉଛି । ସଙ୍କୋଚ ଲାଗିଲା ମମ୍‌ଙ୍କୁ ପଚାରିବାକୁ ବାପା ଏବଂ ତମ ଭିତରେ ବିଚ୍ଛେଦ କାହିଁକି ? ଦୋଷ କାହାର ? ତମର ନା ବାପାଙ୍କର ? ବାପା ଏବଂ ତମେ ଜୀବନକୁ ତିଳତିଳ କରି ନଷ୍ଟ କରିଦେଇଛ । ଜୀବନର ଅର୍ଥ କ’ଣ ଜନ୍ମ, ସଂସାର ଏବଂ ଶେଷ ? ତମର ଏବଂ ବାପାଙ୍କ ବିଚ୍ଛେଦରେ ମୋର କ’ଣ ଦୋଷ ? ଯଦି ତମ ଦୁଇଜଣଙ୍କର ଏପରି ଜୀବନଯାପନ କରିବାର ଥିଲା ମୋତେ ଏ ଦୁନିଆଁକୁ ଆଣିବାକୁ କାହିଁକି ଚାହିଁଥିଲ ? ଯଦି ଦୁନିଆଁକୁ ଆଣିଲ ତାହାହେଲେ ମୋର ତତ୍ତ୍ୱ ତମେ ମମ୍ ବା ବାପା କେହି ନେଲ ନାହିଁ କାହିଁକି ? ମନରେ ଯେତିକି ଦୁଃଖ ହେଲା ସେତିକି ରାଗ ହେଲା । ଏ ଦୁନିଆଁରେ ଜନ୍ମ ହୋଇ ମୋ ବାପାଙ୍କ ପୁତ୍ର ଭାବେ କେବେ ଗର୍ବ କରି ପାରି ନ ଥିଲି, ଏବେ ମଧ୍ୟ କରିପାରୁନି ।

ରଘୁବୀର ମଉସାଙ୍କଠାରୁ ଜାଣିଲି ବାପାଙ୍କର ମମ୍ ସହ ବାହାଘର ହେବାର ୩/୪ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ଅଭିଯୋଗ ମତାନ୍ତର ଆରମ୍ଭ ହୁଏ । ସେତେବେଳକୁ ତାଙ୍କ ସଂସାରକୁ ମୁଁ ଅୟସକାନ୍ତ (ମଣ୍ଟୁ) ଆସିଲିଣି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଏକ ପ୍ରାଚୀରର ପ୍ରତିଷ୍ଠା । କେହି କାହାର ମନକୁ ଠିକ୍ ଭାବେ ବୁଝିପାରି ନଥିଲେ ବା ବୁଝୁ ନଥିଲେ । ମମ୍ ଓ ବାପା ଉଭୟେ ଶିକ୍ଷିତ ହୋଇଥିଲେ ମଧ୍ୟ ନିଜ ନିଜ ଜିଦ୍‌ରେ ଅଟଳ । ବାପା ଗ୍ରାମ୍ୟ ପରିବାରରୁ ଆସିଥିଲେ ମଧ୍ୟ ମମ୍ ସହରାଭିମୁଖୀ । ସେ ସହରର ଚାଲିଚଳନ ଓ ପରିବେଶକୁ ଆପଣେଇଥିଲେ । ଗ୍ରାମ୍ୟ ପରିବେଶର ପବନ, ନଈ, ସବୁଜ କ୍ଷେତ ଓ ଗହଳିଆ ଆମ୍ୱଗଛର ସୌନ୍ଦର୍ଯ୍ୟ ବାପାଙ୍କ ମନକୁ ବାନ୍ଧି ରଖିଥିଲା । ସେ କଟକ ସହରରେ ଚାକିରୀ କଲେ ମଧ୍ୟ ଗ୍ରାମରେ ରହି ଜୀବନକୁ ଉପଭୋଗ କରିବା ପିଲାଦିନୁ ଶିଖି ଆସିଛନ୍ତି । ମମ୍ ସମ୍ପୂର୍ଣ୍ଣ ଭାବେ ବ୍ୟତିକ୍ରମ । ସହରାଞ୍ଚଳ ସଭ୍ୟତା ଓ ଚାଲିଚଳନରେ ଏତେ ଅଭ୍ୟସ୍ତ ଯେ ଗ୍ରାମ୍ୟ ପରିବେଶକୁ ଆଦୌ ଗ୍ରହଣ କରିପାରି ନଥିଲେ । ସେସବୁ ସମୟରେ ସହର ପରିବେଶରେ ରହିବାକୁ ବାପାଙ୍କୁ ବାଧ୍ୟ କରିଥିଲେ । ମମ୍ କଟକର ଝିଅ ହୋଇଥିବାରୁ ଦିନେ ମଧ୍ୟ ବାପାଙ୍କୁ ଖୁସି କରିବାକୁ ଚେଷ୍ଟା କରିନଥିଲେ । ତାଙ୍କର ଅହଂକାର ଏବଂ ଆତ୍ମବଡ଼ିମା ତାଙ୍କୁ ଗ୍ରାସ କରିଥିଲା । ଦିନେ ବାପା ଏବଂ ମମ୍‌ଙ୍କ ଭିତରେ ବେଶ୍ କିଛି ଗୋଳମାଳ ତଥା ଗାଳିଗୁଲଜ ହେଲା । ତହିଁପର ମମ୍ ଏକା ଏକା ଆମ ଗାଁ ନାଲିଗୋଡ଼ି ରାସ୍ତା ଦେଇ ଚାଲିଲେ । ଗ୍ରାମର ଲୋକମାନେ ସେଦିନ ବେଶ୍ କିଛି ଆଶ୍ଚର୍ଯ୍ୟ ହେଲେ । ୪ ବର୍ଷର ବୋହୂ ଏକା ଏକା ଘର ବାହାରକୁ ଆସି ଚାଲୁଛି ସଡ଼କରେ । ବାପା କିନ୍ତୁ ସେଦିନ ଘରୁ ପଦାକୁ ବାହାରକୁ ଆସିନଥିଲେ । ସେଦିନ ଏବଂ କେତେ ଦିନ ଗ୍ରାମବାସୀଙ୍କ ସମ୍ମୁଖରେ ଆସିନଥିଲେ । ବାସ୍ ସେଇଦିନରୁ ବାପା ଏବଂ ମମ୍‌ଙ୍କ ବୈବାହିକ ଜୀବନର ସମାପ୍ତି । କିଛି ମାସ ପରେ ବାପା ଗାଁର ବାହାରେ ଏଇ ଛୋଟ କୋଠାଟି କରି ଗୋଟିଏ ଫଳକ ଲଗାଇଲେ ଅରୁନ୍ଧତୀ କୁଟୀର । ବାପାଙ୍କ ଜୀବନରେ ପରିବର୍ତ୍ତନ । ଗମ୍ଭୀର ହୋଇ ଏକା ଏକା ବସି ରହନ୍ତି । କୌଣସି ବାର୍ତ୍ତାଳାପ କରନ୍ତି ନାହିଁ କାହା ସହ । କେବେ ଗାଁକୁ ଆସିଲେ ସେ କ୍ଷେତ, ନଈ, ଗଛର ସବୁଜିମାକୁ ଚାହିଁ ରହନ୍ତି । ଅବସର ନେଲା ପରେ ସେମିତି ଚୁପ୍‌ଚାପ୍ ବସିଛନ୍ତି । ଯେମିତି ଜୀବନର ସବୁକିଛି ହଜାଇ ନିରାଶ୍ରୟ ହୋଇଯାଇଛନ୍ତି, କିନ୍ତୁ ଏତେବର୍ଷ ବ୍ୟବଧାନରେ ବାପା କିମ୍ୱା ମମ୍ କୋର୍ଟ କଚେରୀରେ ଛାଡ଼ପତ୍ର କିମ୍ୱା ଭରଣପୋଷଣ ମାମଲା କରି ନାହାନ୍ତି । ବୋଧହୁଏ ସେମାନଙ୍କ ମନରେ ସେ ପ୍ରକାର ସ୍ୱପ୍ନ ଆସିନାହିଁ । ପରସ୍ପରଠାରୁ ଦୂରରେ ରହିଲେ ମଧ୍ୟ ସେମାନଙ୍କ ଅନ୍ତରରେ ସ୍ନେହ ଓ ଶ୍ରଦ୍ଧା ଭରି ରହିଥିଲା । ପ୍ରକାଶ କରିବାର ସୁବିଧା ଓ ସୁଯୋଗ ମିଳିନଥିଲା । ବହୁଦିନ ପରେ ମୁଁ ନାମ ଫଳକରୁ ଜାଣିଥିଲି ମମ୍‌ଙ୍କ ନାମ “ଅରୁନ୍ଧତୀ” । ରଘୁକାକାଠାରୁ ଜାଣିଲି ବାପା ମମ୍‌ଙ୍କୁ “ଅରୁ ଅରୁ” ଡାକୁଥିଲେ । ସେଦିନ ମମ୍‌ଙ୍କୁ ରଘୁବୀର ମଉସା “ଅରୁ ଭାଉଜ” ସମ୍ୱୋଧନ କରିଥିସେ ମୋରି ସମ୍ମୁଖରେ ।

ତା’ପରେ

ଲୋକପ୍ରିୟ ଲେଖା

To Top