ସପନକୁ ମୋର ରଖିଦେଲୁ ଅଧା
କାହିଁକି ଅଧ ରାତିରେ
ମାଗିଥିଲି ଫୁଲ କାହିଁକି ଫୋଡିଲୁ
କଣ୍ଟା ତୁ ମୋର ଛାତିରେ ।
ଚାହିଁଥିଲି ଟିକେ ହସ ମୋ ଓଠରେ
କାହିଁକି ଭରିଲୁ ଲୁହ
ଖୁସିକୁ ମୋହର ଛଡେଇ ନେଇତୁ
ଛାତିରେ ଭରିଲୁ କୋହ ।
ହଜେଇ ଦେଲୁତୁ ଭାବନା ମୋହର
ଭାବିଥିଲିଯା ପ୍ରୀତିରେ
ଜୀବନେ ମୋହର ଅଶାନ୍ତି ଭରିତୁ
ଋହିଛୁ କେଉଁ ଖୁସିରେ ।
ପୋଡିଦେଲୁ ମୋର ଭବିଷ୍ୟତ ଆଶା
ଦେଲୁ ତୁ ଦୁଃଖ ଜହର
କାହିଁକି ପ୍ରିୟାଲୋ ଏମିତି କରିଲୁ
କିଦୋଷ ଥିଲା ମୋହର ।
ଅଧାଗଢା କରି ଜୀବନକୁ ମୋର
କାହିଁକି ଜାତନା ଦଲେୁ
ସତ ତୁ କହଲୋ ମୋସାଥେ ଖେଳିତୁ
କେଉଁ ଲାଭ ପାଇଗଲୁ ।
