କବିତା

କାମନା କବିତା

Ritindra Panda's odia poem Kamana Kabita

‎ରିମ୍ ଝିମ୍ ତାତି ମାତେ ଦୁହିଁ ଙ୍କ ଦେହେ
‎ଧକ୍ ଧକ୍ ହୃଦୟ ନିବିଡ଼ତାର ଛୁଆଁ ଚାହେଁ

‎ଗୁମ୍ ସୁମ୍ ରାତିରେ ଚୁପ୍ ଚାପ୍ ଦୁହେଁ
‎କେତେ କେତେ ଅକୁହା କଥା ମାନ ଆଖି କିଛି କିଛି କରି କୁହେ

‎କୁହା କୁହି କଥାରେ ମନ କୁ ମନ ମୋହେ
‎ଦୁହିଁ ଙ୍କ ଦୂରତା ଭାରି ପାଖାପାଖି ରୁହେ
(Both are demisexual in nature)

‎ଅସ୍ତବ୍ୟସ୍ତ ଅମଳିନ ଭାବନାରେ ଟିକେ ଟିକେ କାମନାର ବାସ ବହେ
‎ଅଙ୍ଗଭଙ୍ଗୀ ଚାଳନା କୁ କେତେ ବା କିଏ ସହେ

‎ରିମ୍ ଝିମ୍ ତାତି ମାତେ ଦୁହିଁ ଙ୍କ ଦେହେ
‎ଧକ୍ ଧକ୍ ହୃଦୟ ନିବିଡ଼ତାର ଛୁଆଁ ଚାହେଁ

‎ଟୋପି ଟୋପି ସ୍ଵେଦ ଟୋପା ଦୁହିଁ ଙ୍କ ମୁହେଁ
‎କାମ କବିତାରେ ଦୁହିଁ ଙ୍କ ଶବ୍ଦ ମିଶି, ପଦ କୁ ପଦ ପଡ଼ିବା ପରେ
‎ଦୁହେଁ ଆଉ ଦୁହେଁ ନୁହେଁ ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top