କବିତା

କେବଳ ମୋର …..

Prasanta Kumar Behera's odia poem Kebala Mora

ତମର ମିଛ ମିଛ ରାଗ
ଢେର୍ ସାରା ଅଭିମାନ
ତମ ଓଠର ସେହି
ଅମୃତବୋଳା ହସ ଆଉ
ଆତ୍ମୀୟତାରେ (??) ଭର୍ ପୁର୍ ସେଇ
ମାଦକ ଭରା ଚାହାଣି ।

ମୁଁ ତମକୁ ଦେଖେ
ଜହ୍ନର ମନୋମୁଗ୍ଧକର
ଖିଲିଖିଲି ହସରେ
ଗଭୀର ସମୁଦ୍ରର ଫୁଙ୍ଗୁଳା ଛାତିର
ନିସ୍ତବ୍ଧ ନୀରବତାରେ
ରାତ୍ରିର ପାହାନ୍ତିଆ ପ୍ରହରର
ଗାଢ ନିଦ୍ରାର ସପନରେ ।

ଆଉ ବି ଦେଖେ
ଝରା ଶ୍ରାବଣର
ଝିପିଝିପି ବର୍ଷାରେ
ଦୂର ଆକାଶରେ ଫୁଟିଥିବା
ସେଇ ଇନ୍ଦ୍ରଧନୁର
ରଙ୍ଗିନ୍ ଓଢଣୀ ଭିତରେ
ଉଦିତ ସୂର୍ଯ୍ୟଙ୍କର କଅଁଳିଆ
ବିକଶିତ ଲାଲ୍ ଲାଲ୍ ଆଭାରେ ।

ଏମିତି ଭିତରେ
ତମକୁ ଜଡିତ କରି
ଅତୀତର ସ୍ମୁତି ସବୁ
ସତେଜ ହୋଇ ନାଚିଉଠେ
ମନ ଆଇନାରେ ।

ତମର ମିଛ ମିଛ ରାଗ
ଢେର୍ ସାରା ଅଭିମାନ
ତମ ଓଠର ସେହି
ଅମୃତବୋଳା ହସ ଆଉ
ଆତ୍ମୀୟତାରେ (??) ଭର୍ ପୁର୍ ସେଇ
ମାଦକ ଭରା ଚାହାଣି ।

ତମ ଦେହର ମତୁଆଲା ବାସ୍ନା
ପ୍ରୀତିଭରା ମିଠା ମିଠା କଥା
ଓଠର ତତଲା ସ୍ପର୍ଶ
ପ୍ରଖର ନିଶ୍ୱାସ ସହ
ଆଲିଙ୍ଗନର ଅପୂର୍ବ ଶିହରଣରେ
ଭର୍‌ପୁର୍ ସେଇ
ମିଳନର ଅନ୍ତିମ ମୁହୂର୍ତ୍ତ ।

ଏବେ ତ ସ୍ପଷ୍ଟ
ମାୟାବିନୀ ପ୍ରେମିକା ତମେ
ମିଥ୍ୟା ପ୍ରତିଶ୍ରୁତିର ବୁଢିଆଣୀ ଜାଲରେ
ବାନ୍ଧି ପ୍ରଣୟର ଡୋରି
ନେଇଥିଲ ମୋତେ ଟାଣି
ପ୍ରେମର ସେଇ କୁହୁକ ନଗରୀ ।

ସେଇଠି ହରାଇ ଦେଇଛି ନିଜର
ସମସ୍ତ ମାନବୀୟ ସତ୍ତା
ଏବେ ଦିଗହରା କ୍ଲାନ୍ତ ପ୍ରେମିକ ମୁଁ
ଆତ୍ମା ମୋର କରେ ହାହାକାର ।

ତଥାପି ମନରେ ଉଠୁଛି ପ୍ରଶ୍ନ
ତମେ ତ ମୋର
ହଁ ହଁ କେବଳ ମୋର
ଆଉ କାହାର ହେବ କେମିତି କୁହତ ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top