ଭାବନା ରାଇଜେ ଥିଲୁ ଅଳଙ୍କାର ଗଲାଣି କବର ହୋଇ ପାନ୍ଥଶାଳାର ସେ କୋଠରୀ ଭିତରେ ଆଜି ବି ରହିଛି ଚାହିଁ.....!!!!
ତୋ ବିନା ଯୋଗୀ ମୋ ରାତି ଦିନ ମୋ ମରୁବାଲି ଖୋଜେ ଏ ମନ ସବୁ ପ୍ରହର
ପୁଣି ଖୋଜା ହେବ, ବାହାରିବ ଝଡ଼ା ଝୁଡି ହୋଇ ତା ପରେ ପୁଣି ଇଷତ ରଙ୍ଗ ବି ଲାଗିବ ନ ହେଲେ କେମିତି ସତେଜ ଦିଶିବ କହିଲ ମଞ୍ଚ ଉପରେ...
ମୋ ଦୁଃଖ ମୋର ମୋ ଏକାନ୍ତ ନିଜର ସେଥିରେ ଭାଗ ନାହିଁ, ଟିପେ ହେଲେ ବି ତମର ।
ହେଇ ଦେଖୁନ ଶବ୍ଦର ହୁତାଶନ ବହ୍ନିରେ କେମିତି ଜଳୁଛି ଶ୍ରୀଲଙ୍କା ହୁତ ହୁତ ହୋଇ
ଏମିତି ହୁଅନ୍ତାନି ମାଗଣାରେ ଉପଲବ୍ଧ ହୁଅନ୍ତା ପିଲାଦିନ ଫେରି ପାଇବାର ଆପଟିଏ
କାର୍ଡବୋର୍ଡର ମାଟି କାନ୍ଥ ତଳେ ବିନା ନିଆଁରେ ବିନା ଧୂଆଁରେ ।
ମୋ କକ୍ଷେ ଖେଳିଗଲା କଦମ୍ବ ଲହରୀ ଉଷା ଉର୍ବଶୀ ବିବସନା ମୋ ବକ୍ଷେ ଆଙ୍କିଦେଲା ପଦ୍ମପାଦ ଶିରୀ
ସେ ଦୁଇ ଓ଼ଠୁ ସୁଧା ଝରୁଅଛି ମୁଁ ଚାତକ ତୃଷା ଅଧୀର ।
ଗହନ ନିଦରେ ଆସି ବସି ଥାଅ କୋଳେ ତୁମକୁ ପାଇଁ ମୁଁ କେତେ କଣ ଭାବେ ସ୍ୱର୍ଗ ପାରିଜାତ ସ୍ୱପ୍ନେ ଦେଖାଦିଏ ପାରିଜାତ ଖସେ ଭବେ ।
ଆପଣଙ୍କ ମତାମତ