କବିତା

ସପନ ରାଇଜ ରାଣୀ

Puspanjali Patel's odia poem Sapana Raaija Raani

ଗହନ ନିଦରେ ଆସି ବସି ଥାଅ କୋଳେ
ତୁମକୁ ପାଇଁ ମୁଁ କେତେ କଣ ଭାବେ
ସ୍ୱର୍ଗ ପାରିଜାତ ସ୍ୱପ୍ନେ ଦେଖାଦିଏ
ପାରିଜାତ ଖସେ ଭବେ ।

ସପନ ରାଇଜ ରାଣୀ

ସ୍ବପ୍ନ ରାଇଜର ପରୀ କିଗୋ ତୁମେ
ସୁନେଲି ଆଭାରେ ଭରା
ତୁମେ ଏମିତିକା ଝିଲିମିଲି ପରି
ସପନେ ଦିଅନି ଧରା ।

ସପନ ଦେଶର ବଳୟ ନ ଥାଏ
ନ ଥାଏ ତାର ଦିଗନ୍ତ
ଅନ୍ଧାର କୁ ତୁମେ ଭଲ ପାଅ କି ଗୋ
ନଥାଅ ପାଶେ ସପନ ହେଲେ ଅନ୍ତ ।

ପାହାଡ଼ ସେପାରେ ସୂର୍ଯ୍ୟ ଅସ୍ତ ହେଲେ
ହୁଏ ତୁମ ଆଗମନ
ପୂରୁବ ଆକାଶେ ସିନ୍ଦୁରା ଫାଟିଲେ
ହୁଏ ତୁମ ଅନ୍ତର୍ଧ୍ୟାନ ।

ସପନ ଦେଶର ଘର କି ଗୋ ତୁମ
ସପନ ଦେଶର ରାଣୀ
ଆସୁଥାଅ ସ୍ୱପ୍ନେ ଦେଖା ଦେଉଥାଅ
ହସି ହସି ନିଅ ମେଲାଣି ।

ଗହନ ନିଦରେ ଆସି ବସି ଥାଅ କୋଳେ
ତୁମକୁ ପାଇଁ ମୁଁ କେତେ କଣ ଭାବେ
ସ୍ୱର୍ଗ ପାରିଜାତ ସ୍ୱପ୍ନେ ଦେଖାଦିଏ
ପାରିଜାତ ଖସେ ଭବେ ।

ପାହାଡ଼ ଆଢୁଆଳେ ସୂରୁଜ ଉଇଁଲେ
ତୁମେ ତ ନ ଥାଅ କୋଳେ
ସପନ ରାଣୀ ଗୋ କନ୍ଦାଅନା ମତେ
ସୁଖ ଲେଖା ନାହିଁ କପାଳେ ।

ଲୋକପ୍ରିୟ ଲେଖା

To Top