ପଥର ପ୍ରାଣରେ ବି ଖଂଜି ଦେଇଚି ମାଂସ ହାଡ଼ ରକ୍ତର ପ୍ରବାହ, ରଂଗ ଅପରୂପା ଅପ୍ସରିର ନବ ଯୌବନ ଅଂଗ ଉପାସନାରେ ମୁଗ୍ଧ ସହସ୍ର ଶୃଙ୍ଗାର ।
ଜ୍ଞାତି ଭାଇ ବଂଧୁ କୁଟୁମ୍ବ ଗାଁ କ୍ଲବ, ଆଖଡ଼ାଶାଳ ଅୟସ, ଅହଂକାର କିଏ କେଉଁଠି ହଜେଇ ଦେଲେଣି ପରିଚୟ ।
ଅଳସ ଭାଙ୍ଗୁଚି ଟୋପେ ନାଲି ଚା’ ।
ସ୍ୱପ୍ନର ସୌରଭ ସବୁ ପାଲଟନ୍ତି ଫୁଲ ଶ୍ରାବଣୀର ସ୍ୱର ହୋଇ ଠିକ୍ ମୋ ପ୍ରିୟା ପରିକା ।
ସକାଳର ଆଲବମ୍ ଫୁଲର ବଗିଚା ଘାସର କାର୍ପେଟ ଉପରେ ଗାଢ଼ ଅଳତାର ରଙ୍ଗ ଭିଜାଭିଜା- ଏ କାର ପାଦଚିହ୍ନ ଆହା !
ଛଳନାର ପଶାକାଠି ଶକୁନିର ଡାକେ ପୁଣ୍ୟତାର ପାଟଳ ତନୁକୁ ଚୁମେ ପାପ ମୃତ୍ୟୁର ବେଶରେ ।
ପ୍ରିୟା ମୋ କବିତା ପାଥେୟତା ମାଟି ଓ ମଣିଷ ସତ୍ୟ ସାଧନାର ପଥେ ସମୟ ତା ସାଥୀ ଲକ୍ଷ୍ୟ ତା'ର ଇତିହୀନ ଯାତ୍ରା ।
ହାତ ହତିଆର ନେଇ ଶେଷ କିନ୍ତୁ ଆଦିମ ଲଢ଼େଇ ମନ ସଂଗେ ମନ ମନ ଓ ବିବେକ ଚିନ୍ତା ଆଉ ଚେତନାର ଦ୍ୱନ୍ଦ୍ୱ ଖାଲି ଦ୍ୱନ୍ଦ୍ୱ କିଏ ହାରେ କିଏ...
ନଇଁ ଆସେ ଆଖିପତା ଅନ୍ତତଃ କ୍ଳାନ୍ତିରେ ଧୂସରିତ ବିଷାଦିତ ସନ୍ଧ୍ୟା ବାଲୁଚରେ ପାଗଭିଡ଼େ ଏଠି ପୁଣି ନଷ୍ଟ ଅପରାହ୍ଣ ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।
ମାଟି ତଳେ ମାଟିକୁ କାମୁଡ଼ି ଭିଡ଼ି କରେ କାବୁ ଭିତରେ ଭିତରେ ବଢ଼ି ଶୋଷେ ଜଳ ସବୁ ।
ରଙ୍ଗ ଢାଙ୍କି ସୁବର୍ଣ୍ଣର ମୋହଗ୍ରସ୍ତ ଆଖି ଓ ଆଶାରେ-ମନ ଭୁଲାଇଲା ଜହ୍ନ ଓ ସମୁଦ୍ର ପରି ମାୟାରେ ମୋହିଲା ।
ଆକାଶ ପରି ନିବିଡ଼ ଫୁଲପରି ଆମାୟିକ ଭିଜାଭିଜା ନରମ ସକାଳ ।
ପବନ ନେଇଚି ତୋଳି ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ ଗଛରୁ ଫୁଲ-ମାଟିର ମହକ ଚାଟିଚୁଟି ପାଦଚିହ୍ନ ସବୁ ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।
ବର୍ଷ ଆଉ ମାସ ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି ଆକାଶରୁ ମେଘ ଗଛରୁ ପତର
ମଶାଣି ପଦାର ମ୍ୟୁଜିୟମ ସାରା ଦୁନିଆଁଟା ମୃତ୍ୟୁପରି ଅନ୍ଧକାର
ବାସ୍ତବର ଉପକଣ୍ଠେ ଶାଶ୍ୱତ ଝରଣା ସମ ପବିତ୍ର ଏବଂ ନିର୍ମଳ ଚରିତ୍ରର ନିବିଡ଼ ସମ୍ପର୍କ ସ୍ୱଚ୍ଛ-ଶ୍ୱେତ, ସ୍ୱର୍ଗୀୟ ସମ୍ୱଧ ପରି ସତ୍ୟ ଶିବ ସୁନ୍ଦର ଦୁଇଟି ଆତ୍ମାର ମଧୁର ମିଳନ...
ଚକ୍ମକ୍ କାନ୍ଥ ବାଡ଼ ଝଲସି ଯାଉଛି ଆଖି ଦେଖା ନ ଯିବାକୁ ତା' ଦେହରେ ଲୁଚିଥିବା ଛଳନା କି ଅହଂକାର ।
ଝର୍କା ଖୋଲିଲେ ତମ ବେଣୀର ସ୍ପର୍ଶ
ଟୁପ୍ଟାପ୍ ଶବ୍ଦ କଢ଼ି ଫୁଲ ଆଉ ପକ୍ଷୀଙ୍କ କାକଳି
ତମେ ତ ଆପଣାର କେତେ ଦିନ ଆଉ ଶତ୍ରୁପଣ ଲଢ଼ାଲଢ଼ି ଲୁହଲହୁ ବଳ କଷାକଷି ଜିଦ୍ଛାଡ଼, ଆସ ଖୋଜିବା ଜୀବନ !
ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
ଉଙ୍କିମାରି ମୋ ପୁଅ ଦେଖୁଥିଲା ଉତ୍କଣ୍ଠାରେ ଚକ୍ଷୁ ବିସ୍ମୟ-ବିସ୍ଫାରିତ ବହୁ ଜିଜ୍ଞାସାବାଦ ନେଇ ଏ କ'ଣ ? ରାତାରାତି ଗାଁ ରାସ୍ତା ନାଲିନାଲି ।
ମଲାମାଟି ଶୁଖିଲା ଓଠରେ ସହସ୍ର ଉଲ୍ଲାସ କଥା କହେ ନିର୍ଜୀବ, ନିଥର ବର୍ଷା ପଡ଼େ, ଫୁଲ ଫୁଟେ ଝରିପଡ଼େ ସାତବର୍ଣ୍ଣି ରଙ୍ଗ !
ହାତୀ ଦେବି, ଘୋଡ଼ା ଦେବି ସୁନାନାକି ବୋହୂ ଦେବି ଧନ, ଜନ, ଗୋପଲକ୍ଷ୍ମୀ କେତେ ଫୁଲ କେତେ ଯେ ମହକ ସବୁ ସୁଖ, ପ୍ରଚୁର ଐଶ୍ୱର୍ଯ୍ୟ ।
କ୍ଷେତରୁ କ୍ଷେତ ଆଉ ଗାଆଁ ଠୁ ଗୋହିରୀ ସାଧବବୋହୂର ଧୂଳିଘର ସୋରିଷ କିଆରି ପାଟ, ନଇଁ ଆସେ ତା' ଉପରେ ହଜିଲା ଅତୀତ ।
ସୁନାହାତୀ, ହଂସୁଲି ଶେଯରେ ବସିଛି ସେ ବାଟ ଚାହିଁ ଆସ୍ତେ ନେବ କୋଳ କରି ତା' ହାତର ଶୀତଳ ସ୍ପର୍ଶରେ ଶୋଇଯିବି ମୁଁ ତା' ଛାତିରେ ମୁଣ୍ଡ ଗୁଞ୍ଜି ଖୁବ୍...
ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ସ୍ୱପ୍ନ ଦେଖୁଚି ମୁଁ ମଲାମାଟି-ମୃତ୍ୟୁର ଆକାଶ ମୋ ଦେହରେ ଯକ୍ଷ୍ମାକୀଟ ମୃତ୍ୟୁ ଆସେ ପାଟି ମେଲି ଫିଟି ପଡ଼େ ପାଞ୍ଚାଳିର କେଶ ।
ପାହାଡ଼ କି କଥା କହେ । ଗୀତ ଗାଏ ପରଖେ ମନକୁ ପାହାଡ଼ କି ଦୁଃଖ ଶୁଣେ ।
ମାଟି ଆମ ମାଆ ମେଘୁଆ ଆକାଶ ନିଗିଡ଼ି ଯିବକି ସବୁତକ ଲୁହ ଖୋଜୁଛି ସେ ରାହା ।
ଅଚାନକ ଉଭେଇ ଗଲା ତୁ ଆସିଲୁ ଛିଡ଼ାଇଲୁ ତା' କଅଁଳ ଡେଣାକୁ, ନିଷିଦ୍ଧ ଇଲାକା ଡେଇଁ
ଆପଣଙ୍କ ମତାମତ