ଆକାଶ ପରି ନିବିଡ଼
ଫୁଲପରି ଆମାୟିକ
ଭିଜାଭିଜା ନରମ ସକାଳ ।
ଚିକ୍ଚିକ୍ ଖରା
ଚହଟୁଚି ରଙ୍ଗ
ଆକାଶ ଓହ୍ଲାଇ ଆସି
ମାଟିରୁ ସାଉଁଟେ ଶ୍ରଦ୍ଧା
ମାଟିରୁ ମମତା
ନରମ ହାତରେ ମାପେ
ପ୍ରଜାପତି, ଫୁଲଙ୍କର ଇଚ୍ଛା
ସାଦା ପବନର ଆତ୍ମୀୟତା
ଆତ୍ମସ୍ଥ କରେ ସବୁ ଅହଂକାର
ଫୁଲଙ୍କର ମହମହ ବାସ୍ନା
ପରିଚ୍ଛନ୍ନ ସକାଳେ
ପକ୍ଷୀଙ୍କ କାକଳି
ଆତ୍ମୀୟ ଆକାଶ ପୃଥିବୀ
ଶବ୍ଦ ପରେ ଶବ୍ଦ-ଶବ୍ଦଙ୍କ ପ୍ରତିଧ୍ୱନି
ଚୁପ୍ଚାପ୍ ଆଙ୍କେ ବସି
ଅମୃତର ଛବି ।