ମୋ ସାମ୍ନାରେ ମୋ ଶବ
ଅସ୍ତବ୍ୟସ୍ତ
ଯନ୍ତ୍ରଣାରେ ଛଟପଟ
ଧଇଁକାଶ ଖୁଁ. . . ଖୁଁ. . .
ମୋ ବାବା ନିତାନ୍ତ ବୁଢ଼ାଟା
ବିପର୍ଯ୍ୟସ୍ତ ଶ୍ୱାସକ୍ରିୟା
ବ୍ୟାଙ୍କ ଡ୍ରାଫ୍ଟ. . . ବ୍ୟାଙ୍କ ଡ୍ରାଫ୍ଟ
ଟ୍ରେଜେରୀ ଚାଲାଣ ପରେ- ବେକାର !
ମଶାଣି ପଦାର ମ୍ୟୁଜିୟମ
ସାରା ଦୁନିଆଁଟା
ମୃତ୍ୟୁପରି ଅନ୍ଧକାର
ନିଛାଟିଆ ଶୂନ୍ୟ ଜନପଦେ
ନିଜ ଛାଇ କଳାଭୂତ
ଶ୍ୱେତମୃତ୍ୟୁର ବିରାଟ ସମ୍ଭାର !
