ମାଟିର ଆଖିରେ
ଟଳମଳ ଲୁହ
ମାଟି ଆମ ମାଆ
ମେଘୁଆ ଆକାଶ
ନିଗିଡ଼ି ଯିବକି ସବୁତକ ଲୁହ
ଖୋଜୁଛି ସେ ରାହା ।
ମାଟି ଓ ଆକାଶ
ଭେଟ ହୁଏ ଦୁହିଁଙ୍କର
ଆଖିରେ ଆଖିରେ
ନିର୍ଲିପ୍ତ ଚକ୍ଷୁରେ
ଦୂରବର୍ତ୍ତୀ ଇଲାକାର
ସାଦା ଆଲୁଅରେ
କଥା ହୁଏ ଚୁପ୍ଚାପ୍
ଆମ ପାଇଁ ଆମ ସ୍ୱପ୍ନ, ସମୟକୁ ନେଇ
ଦୁଃଖ ଆଉ ଅନୁଶୋଚନାରେ ।
