ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ଲୁଣିପାଣି କୂଳରେ ଅଜାଡ଼ି ହୁଏ
ଆସୁମାରି ଢେଉ ଯାଏ
ବେଳାଭୂଇଁ ପଡ଼ିଆରେ ଚରି
ଆକାଶ ଓଠରେ ହସ
ବାଦଲ ଫାଙ୍କରେ ଝରା
ଦିଗ୍ବଳୟ ନିର୍ବିକାର
ଶାମୁକାର ବିଚିତ୍ର ସଡ଼କ ନକ୍ସା
ଆଖିରେ ଅଙ୍କିତ
ଅକପଟ ସାରାଦୃଶ୍ୟ
ଦୀର୍ଘପଥ ଦିଶେ ଖାଲି ଶୂନ୍ୟଶୂନ୍ୟ
ଅନନ୍ତ ରଙ୍ଗର
ପାଦରେ ପାଦଛନ୍ଦେ
ତରଙ୍ଗର ମାଳା
ଚାରିପଟୁ ବେଢ଼ି ଆସେ
ବାଲି ଆଉ ବାଲି ଓ ଶାମୁକା ।
