କବିତା

ଆମେ କେଉଁଠି

Abinash Dikshit's odia poem Aame Keunthi

ଆରେ ଯେଉଁ ଜାତି ତୁମକୁ ଲକ୍ଷ୍ୟକରି
ତୁମପାଇଁ ବିଦ୍ରୋହ କଲା
ସେ ପାଇଲା କଣ?
ସତରେ ଓଡ଼ିଆ ଜାତି କଣ ଏତେ ଦୃବଳ?
ସ୍ୱୟଂ ନାରାୟଣ ଯେଉଁ ସ୍ଥାନରେ ଅବସ୍ଥାନ କରିଛନ୍ତି,
ସେ ଜାତି କଣ କେବେ ଦୃବଳ ହୋଇ ପାରେ?

ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟାଇ
ତୁମେ ଯେତେବେଳେ ସ୍ଵାଧୀନତା କୁ
ପଢିବାକୁ ଚେଷ୍ଟା କରିଥିଲ
ପ୍ରଥମେ ତୁମେ କଣ ପାଇଥିଲ?
କେତେ ପୃଷ୍ଠାରେ ବକ୍ସି ଜଗବନ୍ଧୁଙ୍କ ପାଇକ ବିଦ୍ରୋହ?

ଆଉ କେତେ ପୃଷ୍ଠା ରେ ବଙ୍ଗର ସିପାହୀ ବିଦ୍ରୋହ?
ସେ ସୂଚୀପତ୍ର କୁ ଦେଖିଲେ
ଏ ଓଡ଼ିଆ ଜାତିର ଛାତିରେ
କଣ ବିଦ୍ରୋହର ବହ୍ନି ଜଳୁନାହିଁ କି?

ଆରେ ଯେଉଁ ଜାତି ତୁମକୁ ଲକ୍ଷ୍ୟକରି
ତୁମପାଇଁ ବିଦ୍ରୋହ କଲା
ସେ ପାଇଲା କଣ?
ସତରେ ଓଡ଼ିଆ ଜାତି କଣ ଏତେ ଦୃବଳ?
ସ୍ୱୟଂ ନାରାୟଣ ଯେଉଁ ସ୍ଥାନରେ ଅବସ୍ଥାନ କରିଛନ୍ତି,
ସେ ଜାତି କଣ କେବେ ଦୃବଳ ହୋଇ ପାରେ?

ନା ନା ଆମେ ଦୁର୍ବଳ ନୋହୁଁ
ଯଦି ସେମିତି ହୋଇଥାନ୍ତୁ
ଭାଷା ବଞ୍ଚାଇବା ପାଇଁ ଆମେ କ’ଣ
ବଙ୍ଗୀୟ ଙ୍କ ସହ ଲଢେ଼ଇ କରି ଥାଆନ୍ତୁ?
ନା ନା ଆମେ ଦୁର୍ବଳ ନୋହୁଁ
ସେଥିପାଇଁତ ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।

ସୁପ୍ତ ସିଂହ ମୁଖେ
କେହି ଖାଦ୍ୟ ପୁରାଏ ନାହିଁ
ତେଣୁ ଆମକୁ ଜାଗ୍ରତ ହେବାକୁ ହେବ
ଆମ ଦେଶ ପାଇଁ,ଆମ ମାଟି ପାଇଁ, ଆମ ମା’ ପାଇଁ

ଆଉ ତାପରେବି
ଆମ ରାଷ୍ଟ୍ର ମୁଖ୍ୟ ତ ଆମ ଓଡ଼ିଆ
ହେ ଓଡ଼ିଆ ଜାତି !

ଏ ସୁବର୍ଣ୍ଣ ସୁଯୋଗକୁ ହାତଛଡା କରୁଛ କାହିଁକି ହେ ।

ଅଧିକାର ପାଇଁ ଲଢ଼େଇ କର
ଆଉ ଯଦି ନ ମିଳୁଛି
ତାକୁ ଛଡ଼ାଇ ଆଣ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top