ଭାରି ଖାଁ ଖାଁ ଲାଗେ ସେ ପରିବେଶ
ଯୋଉ ଘରେ ବାପାଙ୍କ ତାଗିଦ୍ ଶୁଭେନି ।
ହିରୋ ସାଇକେଲ୍ରେ ଜମେ ପରସ୍ତ ପରସ୍ତ ଅବଶୋଷ ।
ବୋଉ ଆଖିରୁ ଦୁଃଖ ଗୁଡା ବୋହି ଯାଆନ୍ତି ଲୁହ ହେଇ । ।
ନାଲି ଆଖି ତଳେ ଲୁଚି ରହିଥିବା ଦରଦୀ ହୃଦୟଟା
ହଠାତ୍ ନୀରବି ଯାଏ । ।
କୁହ ସେ କଷ୍ଟ କି ସହି ହୁଏ । ।
ଆଖି ଈଶାରାରେ କଥାକୁହା କଣ୍ଢେଇ ଭଳି,
ନଚେଇ ଚାଲନ୍ତି ଭଗାରି । ।
ବାପାଙ୍କ ପରେ ତାଙ୍କ ପରିବାର ଯେମିତି
ଭାରି ମନେ ହୁଏ ତାଙ୍କପାଇଁ । ।
ମନରେ ଫାଟ ହୁଏ, ଜମିତକ ବଣ୍ଟାହୁଏ
ଅପ୍ରଶସ୍ଥ କାନ୍ଧ ସହେ ଯେତେ ସବୁ ଭାର
ସେ ଆଉ କେହି ନୁହେଁ କୁଆଡେ ବାପାଙ୍କ ବଡ଼ପୁଅ । ।
