ମୋ ହସ୍ତାକ୍ଷର ମିଟିଚି ବାରମ୍ବାର ।
କେବେ ମାଟି ବେଶେ
କେବେ ମୃତ୍ୟୁ ବେଶେ ।
ତଥାପି ରୋକିନି ମୋ ହସ୍ତାକ୍ଷର
ତଥାପି ଥକିନି ମୋ ହସ୍ତାକ୍ଷର ।
ଆଜି ତମ ଯୁଗରେ ମୁଁ
ତମ ଘରେ
ତମ ସହ କେଉଁ କାଳରୁ
ଖୁବ ଦୁଃଖରେ ଥିଲି ।
ଖୁସିରେ ରହିବି ବୋଲି ଜାଣିଲି
ତୁମର ଲୋଡ଼ା ମୋ ହସ୍ତାକ୍ଷର
ଯାହା କେବେ ମିଟିବନି କି ମରିବନି
କିନ୍ତୁ ସରିଯିବ କାଳେ ଏଉଠୁ
ମୋର ସବୁ ଦୁଃଖ ଯୁଗ ଯୁଗାନ୍ତର ।
