କବିତା

ହିନ୍ଦୁ

Sahani Sanjay Kumar Dhauli's odia poem Hindu

ହିନ୍ଦୁ ଆଇନ କାନୁନ୍ କାହିଁକି ?
ହିନ୍ଦୁ ଶିକ୍ଷାରେ ହିନ୍ଦୁ ଦୀକ୍ଷାରେ,
ଗୀତା ଭାଗବତ ଶିକ୍ଷା ନିଷିଦ୍ଧ ଯେବେ ହିନ୍ଦୁ ସ୍କୁଲ୍‌ କଲେଜ୍‌ରେ ।

ହିନ୍ଦୁ ଚୁପ୍ ରହେ କାହିଁକି ?
ହିନ୍ଦୁ ହିତରେ ହିନ୍ଦୁ ଦେଶରେ,
ହିନ୍ଦୁ ଲୋଡା ହୁଏ ଯେବେ ଧର୍ମ ଯୁଦ୍ଧରେ ।

ହିନ୍ଦୁ ଶାନ୍ତ ରୁହେ କାହିଁକି ?
ହିନ୍ଦୁ ରୀତିରେ ହିନ୍ଦୁ ସଂସ୍କୃତିରେ,
ଆଘାତ କରେ ଯବେ ହେତୁବାଦୀ ବିଜ୍ଞାନ ନାମରେ ।

ହିନ୍ଦୁ ଅଯୋଗ୍ୟ ସିଦ୍ଧ ହୁଏ କାହିଁକି ?
ହିନ୍ଦୁ ପଥରେ ହିନ୍ଦୁ ଜୀବନରେ,
ହିନ୍ଦୁ ଶିକାର ଯେବେ କୁଚକ୍ରୀଙ୍କ ଜାତିଭେଦ ବାଣରେ ।

ହିନ୍ଦୁ ହୃଦୟ ଜାଗ୍ରତ ହୁଏନାହିଁ କାହିଁକି ?
ହିନ୍ଦୁ ଶାସ୍ତ୍ରରେ ହିନ୍ଦୁ ଶସ୍ତ୍ରରେ,
ହିନ୍ଦୁ ବଳି ପଡେ ଯେବେ ସେକ୍ୟୁଲାର ପ୍ରେମରେ ।

ହିନ୍ଦୁ ଆଇନ କାନୁନ୍ କାହିଁକି ?
ହିନ୍ଦୁ ଶିକ୍ଷାରେ ହିନ୍ଦୁ ଦୀକ୍ଷାରେ,
ଗୀତା ଭାଗବତ ଶିକ୍ଷା ନିଷିଦ୍ଧ ଯେବେ ହିନ୍ଦୁ ସ୍କୁଲ୍‌ କଲେଜ୍‌ରେ ।

ହିନ୍ଦୁ ସହିଷ୍ଣୁ କାହିଁକି ସବୁବଳେ ?
ହିନ୍ଦୁ ଶାସନରେ ହିନ୍ଦୁ ଶ୍ମଶାନରେ
ଧୋକାଦିଆ ହିନ୍ଦୁ ଯେବେ ଭାଇଚାରା ସମ୍ବିଧାନରେ ।

ବୁଝିବକି ସରଳ ନିରୀହ ହିନ୍ଦୁ ଆଜି ?
ହିନ୍ଦୁ ଶକ୍ତିରେ ହିନ୍ଦୁ ଭକ୍ତିରେ,
ହିନ୍ଦୁ ହିନ୍ଦୁତ୍ତ୍ୱ ହିନ୍ଦୁହିତ ଏକ ହିନ୍ଦୁ ଡାକରାରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top