କରି କରି ଚିତ୍କାର ମୁଁ
ଭୁଲୁଣ୍ଠିତ ହୋଇଲି,
ଧନ ସମ୍ପଦ ଲୋଭି ଆଗେ
ଜୀବନ ହାରିଲି ।
ଜନମିଛି କି ଦୋଷେ ମୁଁ ?
ନାରୀ ଜନ୍ମ ପାଇ,
ମର୍ଯ୍ୟାଦା ହିନ କଲେ ମୋତେ
ଟଙ୍କାରେ ତଉଲାଇ ।
ଘର ପରିବାର ହିତ
ଜଗି ମୁଁ ବସିଲି,
ମୋ ହିତ ସାଧନ ବେଳେ
ହୀନିମାନ ହେଲି ।
କାହିଁ ଅଛ ପ୍ରଭୁ ତୁମେ
କାହିଁ ଆସ ନାହିଁ ??
ଉଦ୍ଧାର କରିବା କିବା
ଖାଲି ଦ୍ରୌପଦୀର ପାଇଁ ??
ନାରୀ ପାଲଟିଛି ଆଜି
ସୁନା ଅଣ୍ଡା ଦିଆ କୁକୁଡ଼ା,
ନଦେଲେ କିଏ ଜାଳେ
ପୁଣି ଖାଏ କେଉଁଠୁ ସେ ତଡ଼ା ।
କେଉଁଠି ଅଛ ହେ ପ୍ରଭୁ
ଦୟାମୟ ଗୋସାଇଁ,
କୃପା କର ରକ୍ଷା କର
ଅଧମର ଅନ୍ୟ ଗତି ନାହିଁ ।
