କବିତା

ପାପୀ ବିନାଶ

Suhani Rout's odia poem Paapee Binasha

ମାଂସ ଲୋଭି ସେହି ରାକ୍ଷସ କବଳୁ
ମାଟି ପିଣ୍ଡୁଳା ଟେ ନ ପାଏ ବର୍ତୀ ,
ନାରୀ କୁ ପୁଣି ସେ ଦେବୀ ଯେ କୁହନ୍ତି
କେ କହିବ କଣ ନ ଯିବ ଘଟି ??

ଶୁଭ ଆଗମନ ଦିନ ଯେ ଆସିଛି
ପଦାର୍ପଣ ଶୁଭ କରିଛି ମାଆ,
ଦେବୀ କହି ତାଙ୍କୁ ପୂଜନ୍ତି ରାକ୍ଷସ
ସଭିଏଁ କରିବେ ଯେ ବାଃ ବାଃ ।

କଳି ଯୁଗ ସୀମା ଟପି ଯେ ଗଲାଣି
କେ ଆଉ ରହିବ ଆମରି ସାହା ??
ପୂଜା ମଣ୍ଡପୁ ଯେ ହୁଙ୍କାର ଉଠୁଛି
ପାପୀଙ୍କ ଶିକାର ହୋଇଛି ମାଆ ।

ମାଂସ ଲୋଭି ସେହି ରାକ୍ଷସ କବଳୁ
ମାଟି ପିଣ୍ଡୁଳା ଟେ ନ ପାଏ ବର୍ତୀ ,
ନାରୀ କୁ ପୁଣି ସେ ଦେବୀ ଯେ କୁହନ୍ତି
କେ କହିବ କଣ ନ ଯିବ ଘଟି ??

ତ୍ରାହି ତ୍ରାହି ଉଠେ ଅଶ୍ରୁ ଭରା ହୃଦେ
କିଏ କରିବ ଯେ ରକ୍ଷା ଆମର ??
ଏଡ଼େ କୁକର୍ମୀ ମାନବ ଯେ ଆଜି
ଦେବୀ ଙ୍କୁ କରନ୍ତି ପୁଣି ବଳାତ୍କାର ।

ହୃଦ କମ୍ପି ଉଠେ ସେ ଦୃଶ୍ୟ ଦେଖିଲେ
କି ପାଇଁ ଯିବ ଧରେ ସେ ଦୁଷ୍ଟ ,
ଦେବା ଦେବୀ ଙ୍କୁ ଯେ ଭୟ ନ କରଇ
କେତେ ନାରୀ ପ୍ରାଣ କରିବ ନଷ୍ଟ ।

ଆସିବେନି ଆଉ କେ ସ୍ୱର୍ଗୁ ଓହ୍ଲାଇ
ନିଜ ହାତେ ଅସ୍ତ୍ର ଧରିବ ଆସ,
ମାଂସ ନୁହେଁ ଖାଲି ଆମ ଏ ଶରୀର
ଏ ଶରୀରେ ହେବ ତାଙ୍କରି ବିନାଶ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top