ମୋ କଳ୍ପନାର ତୁ ପ୍ରତିମୂର୍ତ୍ତି ,
ଆଙ୍କେ ତୋ ଛବି ନେଇ କେତେ ସ୍ମୃତି ।
ମୋ କଳ୍ପନାରେ ତତେ ସାଇତି ରଖିଛ ,
ସତ କରିବାକୁ ଆଶା ମୁଁ ଲୋଡୁଛି ,
ତୋ ବାଟ ଚାହିଁ ବସିଛି ,
ସତେ ତତେ କେତେ ଭଲ ପାଉଛି ।
ଲକ୍ଷେ ସ୍ୱପ୍ନ ନେଇ ମୁଁ ଆସିଛି ,
ସତ କରିବାକୁ ସାଥିଟିଏ ଖୋଜୁଛି ।
ଏଣେ ତେଣେ ସବୁଜିମା ଘୁରିବୁଲୁଛି ,
ଅସୀମ ଆଶାର ସୁନେଲି କିରଣ ସାଉଣ୍ଟୁଛି ।
ତୋ ବାଟ ଚାହିଁ ବସିଛି ,
ସତେ ତତେ କେତେ ଭଲ ପାଉଛି ।
ତୋ ଜୀବନରେ ମୁଁ ଶିଖାଟିଏ ,
ଜାଳୀ ଦେଇ ଯା ମୋ ମନ ମନ୍ଦିରରେ ଦୀପ ଟିଏ ।
ଶିଖା ଟେ ହୋଇ ମୁଁ ଅନାଇ ବସିଛି ,
ତୋ ଅନଳେ ଜଳିବାକୁ ଚାହୁଁଛି ।
ତୋ ବାଟ ଚାହିଁ ବସିଛି ,
ସତେ ତତେ କେତେ ଭଲ ପାଉଛି ।
ମୋ ଜୀବନରେ ତୁ ଉଛ୍ଵାସ,
ଭୁଲିବିନି ଥିବାଯାଏ ମୋର ନିଃଶ୍ୱାସ ।
ତୋ ପାଖେ ଜୀବନ ମୋ ଉତ୍ସର୍ଗି ଦଉଛି,
ସାଥୀ ହୋଇ ରହିବାକୁ ପ୍ରତିଜ୍ଞା କରୁଛି ।
ତୋ ବାଟ ଚାହିଁ ବସିଛି ,
ସତେ ତତେ କେତେ ଭଲ ପାଉଛି ।
