ମନର ଅମାପ ଦରିଆକୁ
ଲଙ୍ଘୁଥିବା ଅଶାନ୍ତ ଢେଉର ନାମ,
କିଏ ଦେଲା ପ୍ରେମ. . . !
ଛାତିର ଶୂନ୍ୟ ନୀଳିମାରେ
ହସୁଥିବା ସାତରଙ୍ଗୀ ଇନ୍ଦୁର ନାମ,
କିଏ ଦେଲା ପ୍ରେମ. . . !
ଅହରହ ନିଜକୁ ହଜାଉଥିବା
ଭାଳେଣୀର ସୀମାହୀନ ସହରର ନାମ,
କିଏ ଦେଲା ପ୍ରେମ. . . !
ସବୁ ରାତି ସପନରେ ଝରୁଥିବା
ଅସରନ୍ତି ଜ୍ୟୋତ୍ସ୍ନାର ନାମ,
କିଏ ଦେଲା ପ୍ରେମ. . . !
