ଆନମନା ହୋଇ
ଚିପୁଡ଼ି ଦିଏ
ପୁରାଟା ନିଜକୁ
ସକାଳ କିମ୍ୱା ସଞ୍ଜରେ ।
ଖୋଲିଦିଏ
ଦେହର ଆବରଣ
ଛୁଇଁ ଛୁଇଁ ତନୁମନ
ଭିଜା ମାଟିର ଗନ୍ଧରେ ।
ବଳକା ବିନ୍ଦୁ ବିନ୍ଦୁ ପାଣି
ଝରୁଥାଏ
ଡାଳପତ୍ର ଦେହରୁ
ସ୍ତମିତ ହୋଇଯାଏ ଦହନ
ସ୍ୱସ୍ତିର ପ୍ରଲେପରେ ।
ଲାଜରେ ମୁହଁ ଢାଙ୍କୁଥାଏ
ଦିଗନ୍ତ ସେପାରେ
ଭରି ଭରିଯାଏ
ଆକାଶ ଯେବେ
ନୀଳ ରଙ୍ଗରେ ।
