ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ମୋ ଦେହରେ ସ୍ୱପ୍ନ ଭାଙ୍ଗେ ବାରମ୍ବାର ନିଦ ଭରା ସମୁଦ୍ର ବେଳାରେ
ମନ ଭାଙ୍ଗି ବିଛୁରିତ ବାଲିରେ ବାଲିରେ
ମୋ ନିଶ୍ଵାସେ ଅଣଚାଶ ବହଇ ପବନ
ମୋ ହୃଦୟ ଡେଇଁଲାଣି ନର୍ମାଲ ସ୍ପନ୍ଦନ
ମୋ ଦେହର ତାପମାତ୍ରା ଯାଇଅଛି ଆଗ୍ନେୟକୁ ଟପି
ମୋ ଦେହରେ ଭୂମିକମ୍ପ, କମ୍ପଉଠି ଦେହ ସାରା ବ୍ୟାପି
ପଠାଇଲି ସେଥିପାଇଁ ରକ୍ତ କେଇ ଟୋପା
ଦୂର ସେଇ ବୈଜ୍ଞାନିକ, ତାହାଙ୍କର ବିଜ୍ଞାନ ଗାରରେ
ସେ କହିଲେ ଆଉ ଯଦି କେବେ ଯାଅ ତାର ଗଳି ବାଟେ
ନିଶ୍ଚୟ ତୁମ ହୃଦୟ ଯିବ ସିନା ଫାଟି
ସେଥିପାଇଁ କହି ନାହିଁ, କହିପାରେ ନାହିଁ
କାଳେ ତୁମେ ଦେଖୁ ଦେଖୁ ବେହୋସ ହୋଇବ
କିଏ ଜାଣେ ତୁମେ କାଳେ ମୋପରି ହୋଇବ
ସ୍ୱପ୍ନଭାଙ୍ଗି ବାରମ୍ବାର ନିଦଭରା ସମୁଦ୍ରବେଳାରେ
ମନଭାଙ୍ଗି ବିଞ୍ଚୁଥିବ ବାଲିରେ ବାଲିରେ

Sasmita
March 27, 2026 at 5:45 pm
Bahut sundar