ଅନୁବାଦ ସାହିତ୍ୟ

ପ୍ରେରଣା

ଆଗକୁ ବଢ଼ନ୍ତୁ, ଏବଂ ଆପଣ ଯେ କେତେ ଦୂର ଆଗେଇ ଆସିଛନ୍ତି ତାହା ଦେଖି ଦିନେ ନା ଦିନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଯାହା କରିବାକୁ ଯାଉଛନ୍ତି ତାହା ବିଷୟରେ ଭଲ ଭାବରେ ଚିନ୍ତା ଏବଂ ବିଚାର କରନ୍ତୁ, କିନ୍ତୁ ଏହାକୁ ଅଧିକ ଚିନ୍ତା କରନ୍ତୁ ନାହିଁ ।

ଏ ଦୁନିଆରେ ବହୁତ କିଛି କରିବାକୁ ଅଛି ଯଦିଓ ଆପଣ ଏବେ ଏଇ ମୂହୁର୍ତ୍ତରେ ସବୁକିଛି ସମାପ୍ତ କରି ପାରିବେ ନାହିଁ, ବରଂ ଆପଣ କିଛିଟା ତ କରିପାରିବେ । ତେଣୁ, ଶୁଭାରମ୍ଭ କରନ୍ତୁ, ଆଗକୁ ଅଗ୍ରସର ହୁଅନ୍ତୁ ଏବଂ ତାହା କରିଚାଲନ୍ତୁ । କିଛି କାର୍ଯ୍ୟ ଆପଣଙ୍କ ଆଶାଠାରୁ ଅଧିକ ସମୟ ନେଇପାରେ ଏବଂ କେବେକେବେ ହତାଶାଜନକ ମଧ୍ୟ ହୋଇପାରେ । ତଥାପି ଯେତେବେଳେ ପ୍ରଗତିର ପ୍ରବାହ ନିରନ୍ତର _(ଧୀର ବା ପ୍ରଖର – ଏସବୁ ମୂଲ୍ୟହୀନ)_ ଥାଏ, ବୁଝିବାକୁ ହେବ ଯେ, ଆପଣ ପ୍ରକୃତରେ ପ୍ରଗତି କରୁଛନ୍ତି, ତେଣୁ ଅଧିକ ବିନମ୍ର ଏବଂ କମ୍ ହତାଶ ହେବାକୁ ଦୃଢ଼ ନିଶ୍ଚିତ ହୁଅନ୍ତୁ । ଆପଣ ଯାହା କରିପାରିବେ ନାହିଁ ସେ ବିଷୟରେ ଅଭିଯୋଗ କରିବା ପରିବର୍ତ୍ତେ, ଆପଣଙ୍କର ସମସ୍ତ ଧ୍ୟାନ ଏବଂ ଶକ୍ତି, ଆପଣ ଯାହା କରିପାରିବେ ବା କରୁଛନ୍ତି, ସେଥିରେ ଦିଅନ୍ତୁ । ଧୀରେ ଧୀରେ, ଧୀରେ ଧୀରେ, ଆଗକୁ ବଢ଼ି ଚାଲନ୍ତୁ ।

ନିରନ୍ତରତା ବା ପ୍ରତିବଦ୍ଧତାକୁ ଅବରୋଧ କରିବାରେ ଅନ୍ୟତମ ଏକ ଶତ୍ରୁ ହେଉଛି ନିରୁତ୍ସାହତା । ତେଣୁ କଦାପି ନିରୁତ୍ସାହ ନହୋଇ, ଗୋଟିଏ ସମୟରେ ଗୋଟିଏ ପଦକ୍ଷେପ ନେବା ପାଇଁ ପ୍ରଣ କରନ୍ତୁ ଏବଂ ନିଜକୁ ସେହି ଦିଗରେ ଆଗେଇ ନିଅନ୍ତୁ ।

ଅନେକ ଜିନିଷ ଆପଣଙ୍କର କାର୍ଯ୍ୟଶୈଳୀର ଗତି, ଚିନ୍ତା, ଭାବନାକୁ ମନ୍ଥର କରିପାରେ, କିନ୍ତୁ ଆପଣଙ୍କୁ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହେବା ଉଚିତ ହେବ ନାହିଁ । ଯଦିଓ ଏହା ଅତି ସୁକ୍ଷ୍ମ ଉପାୟରେ ହେଉ ନା କାହିଁକି, ଆପଣ ଆଗକୁ ବଢ଼ିବାର ଏକ ଉପାୟ ପାଇପାରିବେ ।

ଆପଣ ଯେ ଏକ ପରିବର୍ତ୍ତନର ଆବାହକ, ଏହା ଆତ୍ମୋପଲବ୍ଧି କଲେ ବହୁତ ଭଲ ଲାଗିବ, ତେଣୁ ସେହି କାର୍ଯ୍ୟ ଧିରେ ଧିରେ କରିଚାଲନ୍ତୁ, ଏବଂ ଆତ୍ମସନ୍ତୋଷ ଅନୁଭବ କରନ୍ତୁ । ଆଗକୁ ବଢ଼ନ୍ତୁ, ଏବଂ ଆପଣ ଯେ କେତେ ଦୂର ଆଗେଇ ଆସିଛନ୍ତି ତାହା ଦେଖି ଦିନେ ନା ଦିନେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଯାହା କରିବାକୁ ଯାଉଛନ୍ତି ତାହା ବିଷୟରେ ଭଲ ଭାବରେ ଚିନ୍ତା ଏବଂ ବିଚାର କରନ୍ତୁ, କିନ୍ତୁ ଏହାକୁ ଅଧିକ ଚିନ୍ତା କରନ୍ତୁ ନାହିଁ । ଆରମ୍ଭ କରନ୍ତୁ ।

ଆପଣଙ୍କର ବୁଦ୍ଧିମତାର ସଦୁପଯୋଗ କରିବା ଲାଭଦାୟକ । ତଥାପି, ସତର୍କ ରୁହନ୍ତୁ ଯେ ଆପଣ ଚିନ୍ତା (ଭୟ)କୁ କାମ କରିବା ବଦଳରେ ବ୍ୟବହାର କରିବେ ନାହିଁ ।

ଯଦି ଆପଣଙ୍କର ଚିନ୍ତାଧାରା ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରେ, ତେବେ ଆପଣ ହୁଏତ ଏହାକୁ ଅଧିକ ଚିନ୍ତା କରୁଛନ୍ତି । ଅତି ସରଳ ଭାଷାରେ କହିବାକୁ ଗଲେ, ଆପଣ ଭୟ କରୁଛନ୍ତି ବା ଡରୁଛନ୍ତି । ଯଦି ଆପଣଙ୍କର ଚିନ୍ତାଧାରା ଆପଣ ଯାହା ଉପରେ କାମ କରୁଛନ୍ତି ତାହାଠାରୁ ଦୂରେଇ ଯାଏ, ତେବେ ବୁଝିବାକୁ ହେବ ଯେ, ଆପଣ ଏହାକୁ ଅଧିକ ଚିନ୍ତା କିମ୍ବା ଅଧିକ ଭୟ କରୁଛନ୍ତି ।

ଆପଣ ବର୍ତ୍ତମାନ କ’ଣ କରୁଛନ୍ତି ତାହା ଦେଖନ୍ତୁ, ଏବଂ ଆପଣଙ୍କର ଚିନ୍ତାଧାରା ଉପରେ ଏହାକୁ ଭଲ ଭାବରେ କରିବା ପାଇଁ ଲକ୍ଷ୍ୟ ରଖନ୍ତୁ । ଆପଣଙ୍କର ସର୍ବୋତ୍ତମ କାମ କରିବା ପାଇଁ ଯଥେଷ୍ଟ ଚିନ୍ତା କରନ୍ତୁ, ବିଶ୍ଳେଷଣ କରନ୍ତୁ, କିନ୍ତୁ ଏତେ ନୁହେଁ ଯେ ଆପଣ ସେହି ଚିନ୍ତାଧାରା ଦ୍ୱାରା ନିରାଶାଜନକ ଭାବରେ ବିଚଳିତ ହୋଇଯିବେ ।

ଆପଣଙ୍କର ଚିନ୍ତା କରିବାର ଆଶ୍ଚର୍ଯ୍ୟଜନକ କ୍ଷମତା ଅଛି, ଏବଂ ଏହା ଆପଣଙ୍କୁ ମହାନ ଶକ୍ତି, ଉତ୍ସାହ ପ୍ରଦାନ କରେ । ସେହି ଉତ୍ସାହକୁ ଆପଣ ଏକ ସକାରାତ୍ମକ, ପ୍ରଭାବଶାଳୀ ଏବଂ ନିରନ୍ତରତା ଦିଗରେ ପ୍ରୟୋଗ କରନ୍ତୁ ।

– ଅନୁବାଦିତ-

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top