ମା ତୋ ମମତା
ମୋ ପାଇଁ ରଖିଥା
ତୋ କୋଳେ ଜନମିବି ମୁଇ
ତୋ ମମତା ପାଇବା ପାଇଁ ।।
ମା’ର ଆଦର
ତା ପାଇଁ ଚାତର
ଚାତକ ପରାୟେ ମୁଁଇ
ତୋର ଆଦର ପାଇବା ପାଇଁ ।।
ମା ତୋର ମୁଖ
ସେ ସୁଖ ମୟୁଖ
ସେ ମୁଖ ଦେଖିବା ପାଇଁ
ଆନନ୍ଦେ ଅଧୀର ମୁଁଇ ।।
ତୋ କନ୍ୟା ସନ୍ତାନ
ମୁଁ ହୀନିମାନ
ଦିଅନା ମୋର ବଳି
ମୁଁ ଜନ୍ମ ପାଇଁ କରେ ଅଳି ।।
ମା ଓ ଈଶ୍ଵର
ଦୁହେଁ ଏକା କାର
ସେ ଈଶ୍ଵର ଲଭିବା ପାଇଁ
ତୋର କୋଳେ ଜନମିବା ପାଇଁ ।।
ମା ତୋ କଷଣ
ଫେଡିବି ତୁ ଜାଣ
ତୋ କଷଣ ଫେଡିବା ପାଇଁ
ତୋ କୋଳେ ଜନମିବି ମୁଁଇ ।।
