ଜୀବନର ଦୁଇ ଛକ
ଏକ ସ୍ୱର୍ଗ ଏକ ନର୍କ
ମୋର ଏ ଜୀବନ
କେଉଁଠି ରହିଛି
ଜାଣେନା ମୁଁ ଗଣ୍ଡ ମୂର୍ଖ ।।
ଜୀବନଟା ମାନ ପତ୍ର
କିଛି ମିଛ କିଛି ସତ୍ୟ
ମୋର ଏ ଜୀବନ
କେଉଁଥିରେ ଲେଖା
ଜାଣେନା ମୁଁ ଗଣ୍ଡ ମୂର୍ଖ ।।
ଜୀବନର ଶେଷ ଅଙ୍କ
କିଛି ସୁଖ କିଛି ଦୁଃଖ
ଦୁଃଖରେ ଅଛି ନା
ସୁଖରେ ଅଛି ମୁଁ
ଜାଣେନା ମୁଁ ଗଣ୍ଡ ମୂର୍ଖ ।।