କବିତା

ତମ “ତୁମେ”

Ritindra Panda's odia poem Tama "Tume"

ତମ “ତୁମେ” କେଳି କୁସୁମେ
ତମ “ତୁମେ” ଉଚାରିତ ହୁଏ ଡ଼ାକନାମେ

ତମେ ଯେବେ ଡାକ ତୁମେ
ଅନୁରାଗର ରାଗ ଝରେ କୋଇଲିର ସୁର ପଞ୍ଚମେ

ଶ୍ରାବଣର ଧାରା ଦୁହୁ ଦୁହୁ ଗ୍ରୀଷ୍ମେ
ତମ “ତୁମେ” ଶୀତର କଅଁଳ ଖରା ଉଷୁମେ

ତମ “ତୁମେ” ଆକାଶ କୁସୁମେ
ତମ “ତୁମେ” ଆଣେ ଋତୁଟେ ସପ୍ତମେ
(ବାସ୍ତବତାକୁ ଦୂରେଇ ନଦେଇ ବି କାଳ୍ପନିକ ଦୁନିଆରେ କିଛି କ୍ଷଣ)

ତମ “ତୁମେ” କେଳି କୁସୁମେ
ତମ “ତୁମେ” ଉଚାରିତ ହୁଏ ଡ଼ାକନାମେ

ତମ “ତୁମେ” କ୍ଷେମ ଆଉ ପ୍ରେମ ପୀରତି ର ଅବଶ୍ୟାମେ
ତମ “ତୁମେ” ଅଟେ ମଲମ ପ୍ରତିଟି ଜଖମେ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top