ବୋହୁ ଚୋରି ଖେଳିବାକୁ , କାହାଣୀ ଟେ ଶୁଣିବାକୁ ପାଳ ଭୁତ ସାଜିବାକୁ ମୁହଁ ଅନ୍ଧାରରୁ ।
ଆକାଶ ମିଶିଛି ମାଟିରେ ଯାଇଁ କେତେ ଦୂର ମା କହ ସେ ଭୂଇଁ
କନ୍ୟା ସନ୍ତାନ ଲୋଡ଼ା ନାହିଁ କାହାର ବ୍ୟସ୍ତ ସଭିଏଁ ମୋତେ ମାରିବାରେ ମୁଁ କରିଛି କି ଅପକାର ବାରେ ତୁ ପଛକୁ ଫେର
ଟଳିତ ଆଜି ମା ଜୀବନ ଘାଟ ଠକା ଯେ ଜୀବନ ମା ଆଜି ଶଠ ।। ।।
ନନ୍ଦନ କାନନ ପୁଷ୍ପ ପାରିଜାତ ଛାଗ ସଙ୍ଗେ ବାଘ ବସେ ଏଠି ମିତ ।। ।।
ଅସହ୍ୟ ଯମ ଯନ୍ତ୍ରଣା କଣ୍ଟକିତ ଜୀବନ ପଥ ମୁକ୍ତିର ପ୍ରତୀକ୍ଷାରେ କ୍ଷଣ ଅନୁକ୍ଷଣ ମା'ତୁ ପାରିବୁନି ସହି ।। ।।
କୁନି ଶରୀରଟି ଶବ ପାଲଟେ ପିଚ ପିଚ ଅନ୍ଧାରରେ ମିଶିଯାଏ କୁଆଁ କୁଆଁ ରାବ ସୁନ ସାନ ଜୀବନର ରାସ୍ତା
ମୃତ୍ୟୁ ପରିଭାଷା ବଦଳିଛି ଆଜି ଜୀବନ ଖେଳରେ ସିଏ ମାରେ ବାଜି ।।
ଆଲୋକର ଦେଶ ଛାଡି ଆସିଥିଲି ଜୀବନ ବଞ୍ଚିବା ପାଇଁ ଫେରିଯାଏ ପୁଣି ସେହି ଦେଶେ ମାତୃ ଆଦେଶ ପାଇ ।। ।।
ପର ଚପେ କନ୍ୟା ଭ୍ରୁଣ ବଧ ନୁହେଁ ଏ ତୋର ଅପରାଧ ତୋ ସ୍ମୃତି ରହିବ ସାଥେ ।। ।।
ସବୁ କନ୍ୟା ଶିଶୁ ଅନ୍ତରରେ ମଲେ କେହି ବି ଜଣେ ଜନମ ନ ନେଲେ ତିଷ୍ଠି ପାରିବକି ଏ ମହି ମା ପାରିବୁକି ତୁ କହି ।। ।।
ଦୁଇ କୁଳ ହିତା କନ୍ୟା ଯେ ଦୁହିତା ଦୁଇ କୁଳ ହିତେ ଜନମ ଯାହାର କିଆଁ ସର୍ବନାଶ ତାର କରୁ କୋଉ କଥା କୁ ତୁ ଡରୁ ।। ।।
ମା ନାରୀ ହୁଏ ନିର୍ଯାତିତା ଶକ୍ତି ରୂପେ ଦେବୀ ମନ୍ଦୀରେ ପୂଜଇ ସିଏ ସମାଜେ ବନିତା ଲତା ।। ।।
ଆତ୍ମା ଯେ ଅମର ବିନଶ୍ୟ ଶରୀର ଶରୀର କୁ ମାର ତୁମେ ଚାହଁ ଯେତେ ବାର ଆତ୍ମା କୁ କେ ମାରି ପାରେନା ମା ତୁମେ କି ଜାଣନା ?
ମମତାର ମୂର୍ତ୍ତିଟିଏ ଭାଙ୍ଗି ଆଜି ଖଣ୍ଡ ଖଣ୍ଡ କନ୍ୟା ନାଶର ପ୍ରତିବାଦେ ସମାଜ ଦେଇଛି ଦଣ୍ଡ ।। ।।
ନାରୀଟିଏ କନ୍ୟା ଭ୍ରୁଣଟିକୁ ମାରେ ନାରୀଟିଏ ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।
ଅଭୟ ତୁ ଦେଉ ସନ୍ତାନେ ତୋହର ବଞ୍ଚାଇ ନପାରେ, ତୁ ଜୀବନ କନ୍ୟାର ମାତା କହି ତୋତେ ପୂଜେ ସଂସାର ନାରୀ କୁ ମଣଇ ପିତୁଳା ମାଂସର ।।
ତୁ ସାଜିଲୁ ବଇରୀ ମୋତେ ପକାଇଲୁ ମାରି କରିଥିଲି ମୁଁ କି ଦୋଷ କନ୍ୟା ଭ୍ରୁଣ ଟି ମୁଁ ଆଜି ମିଶେ ମାଟିରେ ।।
ନଷ୍ଟ ଭ୍ରୁଣଟି ଇଶ୍ଵର କୋଳରେ ଅଛୁ ନିଶ୍ଚିତ ରେ ମନ ଥୟ ଧରେ ଆଜି ବି ତୋତେ ମନ ଝୁରେ ।।
ନୂଆ ଦୁଇ ଆଖି, ନପରାଇ ଦେଖି ଅନ୍ଧାରରେ ଯାଏ ମିଶି ନୂତନ ଓଠଟି ବନ୍ଦ ହୋଇଯାଏ ପାରିବା ଆଗରୁ ହସି ।।
ସାସୁ ଶ୍ଵଶୁର ପରିବାର, ସ୍ଵାମୀ ଜୀବନ କର୍ମଧାର ଚାହୁଁ ନଥିଲେ କନ୍ୟା ସନ୍ତାନ ନ ହେଉ ଜନ୍ମ ତୋର ।।
ସଂସାର ଚାହେନି ଝିଅ କହେ ମାଟି ହାଣ୍ଡି, ଘିଅ କଥା କଥାରେ ଲାଗେ ମା କୁ ବାଧା ।।
ତୋ କୋଳେ ଜନମିବି ମନେ ଥିଲି ଭାବି କୁଆଁ କୁଆଁ କରି କେତେ ମୁଁ କାନ୍ଦିବି ଆଶା ମରୀଚିକା କଲା ତୋର ଛନ୍ଦ ଫେରେଇ ଦେ ମୋତେ ।।୨।।
ଗରଭେ ଧରୁଛି ଗରଭେ ମରୁଛି କନ୍ୟା ଭ୍ରୁଣ, ସେ ଆକାଳେ ରଖିଲେ କେ ମାରେ
ହେ ରୂପକାର, ନାନା ରୂପଦେଇ, ସର୍ବସଂହା କଲ ମାତା ଭଗିନୀ ଜାୟା କି ପାଇଁ ପାୟେ ସେ ନୀତି ଅତ୍ୟାଚାର
ମା ତୋ ହାତେ ଜୀବନ ମୋହର ମୋ ହାତେ କରମ ଫଳ ଜୀବନ ରହିଲେ ମା ତୁ ଅଭୟା ମରଣେ ମୋ ଭାଗ୍ୟ ବଳ ।।
ତୁମ ଇଚ୍ଛାରେ ଆତ ଜାତ ଗଗନ ପବନ ଜୀବ ଜଗତ ଋତୁ ଚକ୍ର, ଜୀବନ ଚକ୍ର ଗତି ସ୍ଥିତି ବିଳୟର ଚିତ୍ର ।।
ମୋତେ କାଟିବା ଆଗରୁ ଚିରିବାକୁ ପଡେ ମା ତୋ ଦେହକୁ ।।
ଏଇ ଥର ମୋତେ ଜନ୍ମ ଦେ ମା ତୋ ପରି ମା ଟିଏ ହେବି ନାରୀ ଜାତିର ସମ୍ମାନ ପାଇଁ କି ଜୀବନ ମୁଁ ଦେଇ ଦେବି ।।
ମା ତୋ ହୃଦ ଆଦରରେ ଭରା ମୁଁ ଅଲୋଡା କଣ୍ଢେଇ ଟିଏ ସେ ଆଦର ଯତ୍ନ ପାଇବା ପାଇଁକି କଣ ମୁଁ ଦାବିଦାର ନୁହେଁ ?
ତୋ ସ୍ନେହା ଆଦର ସରଗ ମା ମୋର ତୋ ଠାରୁ ମୋତେ ଦୂର ତୁ ନକର ।।
ମୋ ମରଣରେ ଅଛି କି ମା ସବୁ ସମସ୍ୟାର ସମାଧାନ ମାରି ମୋତେ କି ବୋଲାଇବ ତୁମେ ଧରଣୀଠୁ ଗରିୟାନ ?
ଦୁନିଆ ଆଖିରେ ମାଟି କଣ୍ଢେଇ ମୁଁ ମା ତୋ ଆଖିରେ କିଶ ? ସରଗର ପରୀ ତୁହି ଅପସରୀ ଆଜି ସଜୁ ମୋ ଝିଅ ବେଶ ।।
ଭାଇ ର ଯେତେକ ପୁରୁଣା ପୋଷାକ ପିନ୍ଧି ମୁଁ ଚଳେଇ ନେବି ତୋ ପୁରୁଣା ଶାଢୀ ପିନ୍ଧି ନେବି ମା କେବେ ଅଳି ମୁଁ ନ କରିବି ।।
ମା ତୋର କଷ୍ଟ ହୁଏ ଅନୁଭବ ତଥାପି ତୁଣ୍ଡ ଖୋଲେନି ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।
ମା ତୋ ଦେଶେ ବହେ ଗଙ୍ଗା ଗୋଦାବରୀ ଶୋଭାପାୟେ ଯେଉଁ ଦେଶେ ଭୂ ସ୍ଵର୍ଗ କାଶ୍ମିରୀ ।।
ମା ତୁମେ ହିଁ ପରିଚୟ ଦେଇପାର ପିତା ପରିଜନ ସମାଜ ଈଶ୍ୱର
ମନମୋର ଯିବା ଆମେ ସେ ଆଲୋକର ଦେଶେ ଜନ୍ମ ଦାତ୍ରୀ ମୋ ମା ର ପାଶେ ଟିକେ ଥୟଧର ।।
ତୁମେ ପରା କହିଥିଲ, ତା ଆଦର ଯତ୍ନ ତୁମ ପରି ତା ହାତେ ଯାଦୁ ଅସୁମାରି କୋମଳ ପରଶ ତା ଅମୃତ ସମ ।।
ମା ତୁମେ କି ଜଡ ପାଲଟିଛ, ନିଜ ହାତେ ନିଜ କନ୍ୟା କୁ ମାରୁଛ ?
ଶୁଣିଛ କି ମା ଶୁଣିଛ କି ଥରେ କାନ ଡେରି କନ୍ୟା ଭ୍ରୁଣ ର ଗୁହାରି ଶୁଣିଛ କି ମା ଶୁଣିଛ କି ?
ମାଳିଟିଏ ବୁଝେ ଫୁଲଟିର ମୂଲ ମା ବୁଝି ନପରାଇ କନ୍ୟା କଳିଟିର ବିନାଶ ପାଇଁ କି ସମ୍ମତି ଦିଏ କି ପାଇଁ ।।
ମା'ର ଆଦର ତା ପାଇଁ ଚାତର ଚାତକ ପରାୟେ ମୁଁଇ ତୋର ଆଦର ପାଇବା ପାଇଁ ।।
ଶିପ ଟିଏ ଜାଣ ଦିଏ ତା ପରାଣ ମୋତିର ଜନମ ପାଇଁ ମୋତି ଟିଏ ମୁଁଇ ମୋର ମୃତ୍ୟୁ ପାଇଁ ମା' ତୁ ପାଞ୍ଚୁ କି ପାଇଁ ?
ଜନ୍ମ ନେଇ ନାହି ମୃତ୍ୟୁ ଦଣ୍ଡ ପାଇ ବୃନ୍ଦାବତୀ ମୂଳେ ସଞ୍ଜ ସଳିତା ଅନ୍ତରେ ଜଳଇ ଅଜନ୍ମାର ଚିତା ।।
ଡରୁଥିଲ ପରା ଜନମ ହୋଇଲେ ମୋ ବୋଝ ନ ପାରିବ ସହି ବଡ ଘର ଦେଖି ବାହା ଦେଲେ ପୁଣି ଜଳୁଥିବ ମୋ ଯୂଈ ।।
ଆପଣଙ୍କ ମତାମତ