ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର

ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର

ଓଡ଼ିଶା ଭୂଇଁର "ସୋନପୁର" ଜିଲ୍ଲା ଅନ୍ତର୍ଗତ କମସରା ଗ୍ରାମରେ ଏନ୍ତୁଡ଼ିଶାଳ । ପିତା ହିମାଂଶୁ ଶେଖର ମିଶ୍ର ଓ ମାତା ବିଜୟାସିନୀ ମିଶ୍ର ଶ୍ରଦ୍ଧା ନାମ ରଖିଲେ "କୁନ୍‌ମୁନ୍‌" । ମାତୃଭୂମି ଓଡ଼ିଶାର ଭୌଗୋଳିକ ସ୍ଥିତି,ଜନ୍ମଭୂମି "କମସରା"ର ଧାନକ୍ଷେତ- ରାଣୀଝୁଲା ପାହାଡ଼-ଗ୍ରାମପଥ, ଯଶସ୍ବୀ ଓଡିଆ ସାହିତ୍ୟ ସାଧକମାନଙ୍କ ଲେଖନୀ ନିସୃତହୋଇ ପ୍ରିୟସାହିତ୍ୟ ବହିର ପୃଷ୍ଠାମଣ୍ଡନକରିଥିବା ମନମତାଣିଆ-ଭାବଗର୍ଭକ ଗଳ୍ପ-ଗଦ୍ୟ-ପଦ୍ୟମାନ ଏବଂ ପିଉସୀ ସରସ୍ୱତୀଙ୍କ ସାହିତ୍ୟ ପଢାଇବା ଶୈଳୀ ଓଡ଼ିଆ ସାହିତ୍ୟ ପ୍ରତି ଗଭୀର ରୁଚି ଭରି ଦେଇଥିଲା । ଏଗାର ବର୍ଷ ବୟସେ କବିତା ରଚନା ଆରମ୍ଭ ହେଲା ଓ ଦିନକୁ ଦିନ ଓଡ଼ିଆ ସାହିତ୍ୟ ପ୍ରତି ଶ୍ରଦ୍ଧା ଓ ସମ୍ମାନର ବୃଦ୍ଧିହେବାରେ ଲାଗିଛି । ସଦାସର୍ବଦା ମାଁ ବାଗ୍ଦେବୀଙ୍କ ଆଶ୍ରିତା ଏବଂ ଓଡ଼ିଆ ସାହିତ୍ୟର କଳେବର ବୃଦ୍ଧିପାଇଁ ଯଥାସମ୍ଭବ ମସୀଚାଳନା କରିବାକୁ ପ୍ରତିଶ୍ରୁତିବଦ୍ଧ ।

Posts By ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର

To Top