ମଶାଣିରେ ଅନାବୃତ ଶରୀରକୁ ଜଳିବା ଦେଖି ମଧ୍ୟ
ନବ ଜୀବନର ଆୟମାରମ୍ଭର ବିଚାର. . .
ଅସମ୍ଭବର ସମ୍ଭାବନା ଯେତେବେଶୀ ଥିଲେ ବି
ସମ୍ଭାବନାର ଝଲକର ପରିକଳ୍ପନା. . .
ସବୁ ଅପୂର୍ଣ୍ଣତାର ଛାୟାତଳେ
ପୂର୍ଣ୍ଣତାକୁ ଚିହ୍ନିବାର ବୁଦ୍ଧିମତ୍ତା. . .
ତମସାଚ୍ଛନ୍ନ ନିବୁଜ କୋଠରୀ ମଧ୍ୟରେ
ଆଲୋକ ଛିଦ୍ରଟିକୁ ଖୋଜିବାର ଧୈର୍ଯ୍ୟ. . .
ରାସ୍ତାକଡ଼ରେ ପଡ଼ିଥିବା କ୍ଷୁଦ୍ର ମଞ୍ଜିଟିଏକୁ ଦେଖି
ବିଶାଳକାୟ ଦ୍ରୁମକୁ ଦେଖିବାର ଆତ୍ମତୃପ୍ତି. . .
କ୍ଷୁଦ୍ର ମଧୁମକ୍ଷିକାଠୁ
ବିଶ୍ୱକଲ୍ୟାଣର ମନ୍ତ୍ର ଶିଖିବାର ଉତ୍ସ୍ରକତା. . .
ଅଗଣିତ ବିଭିନ୍ନତା ଭରା ପୃଥିବୀରେ
ସମତାର ପୃଷ୍ଠଭୂମିକୁ ଆପଣେଇ ନେବାର କ୍ଷମତା. .
ଏ ସବୁ ତ କେବଳ
ଦୃଷ୍ଟିକୋଣର କରାମତି !