କବିତା

ଶିବ

Priyanka Priyadarshini Mishra's odia poem Shiba

ସବୁ କାଳ, ଗୁଣ, ପ୍ରକୃତିର ଉର୍ଦ୍ଧ୍ଵରେ…
ମହାକାଳ – ମୃତ୍ୟୁଞ୍ଜୟ ସଂହାରକର୍ତ୍ତା ‘ଶିବ’
ଭକ୍ତବତ୍ସଳ – ଆଶୁତୋଷ ରକ୍ଷାକର୍ତ୍ତା ‘ଶିବ’
ସର୍ବତ୍ୟାଗୀ-ଭୋଳାନାଥ ମୁକ୍ତିଦାତା ‘ଶିବ’ ।

ଶିବ

ସବୁ ସଂଜ୍ଞା, ବିଶ୍ଳେଷଣ, ତୁଳନାର ଉର୍ଦ୍ଧ୍ଵରେ…
ମହାଶୂନ୍ୟରେ ଅସ୍ତିତ୍ବର ଦୁନ୍ଦୁଭି ‘ଶିବ’
ସର୍ବଘଟେ ଅବିନାଶୀ-ଆତ୍ମା ‘ଶିବ’,
ବାମାଙ୍ଗେ ମହାଶକ୍ତି -ପାର୍ବତୀ ଶୋଭିତ ‘ଶିବ’ ।

ସବୁ ଜ୍ଞାନ, ଦର୍ଶନ, କଳ୍ପନାର ଉର୍ଦ୍ଧ୍ଵରେ ..
ଘୋର ପ୍ରଳୟ କାଳେ ତାଣ୍ଡବକାରୀ ‘ଶିବ’
କାଳକୁଟ-ପାନକାରୀ ଜାହ୍ନବୀ ଧାରୀ ‘ଶିବ’
ଆଦିଯୋଗୀ , ନନ୍ଦୀଶ୍ଵର, ଶ୍ମଶାନ ବାସୀ ‘ଶିବ’ ।

ସବୁ ଗ୍ରନ୍ଥ ଦୃଶ୍ୟ ଆକାରର ଉର୍ଦ୍ଧ୍ଵରେ …
ମନ୍ମଥ-ଭଷ୍ମକାରୀ, ବାସୁକିଧାରୀ ‘ଶିବ ‘
‘ପିନାକ-ବିଜୟ’ ଧାରୀ ଅପ୍ରତିଦ୍ବନ୍ଦି ‘ଶିବ’
ସଦାସ୍ଥିର, ନଟରାଜ, ମହାରୁଦ୍ର ‘ଶିବ’ ।

ସବୁ କାଳ, ଗୁଣ, ପ୍ରକୃତିର ଉର୍ଦ୍ଧ୍ଵରେ…
ମହାକାଳ – ମୃତ୍ୟୁଞ୍ଜୟ ସଂହାରକର୍ତ୍ତା ‘ଶିବ’
ଭକ୍ତବତ୍ସଳ – ଆଶୁତୋଷ ରକ୍ଷାକର୍ତ୍ତା ‘ଶିବ’
ସର୍ବତ୍ୟାଗୀ-ଭୋଳାନାଥ ମୁକ୍ତିଦାତା ‘ଶିବ’ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top