କବିତା

ବସୁମତୀଙ୍କ ଆହ୍ବାନ

Priyanka Priyadarshani Mishra's odia poem Basumatinka Aahwaan

ଆଉ ବେଳ ନାହିଁ..
ଅନ୍ତର୍ଗତ ସୁପ୍ତ ମହାଶକ୍ତିକୁ ଜାଗ୍ରତ କର ,
ଦୂର୍ଗାରୂପ ଧାରଣ କର ।

ବସୁମତୀଙ୍କ ଆହ୍ବାନ

ତୁମେ ଉଠ …
ଯୁଦ୍ଧ ପାଇଁ ନୁହେଁ ଶାନ୍ତି ପାଇଁ
ବିନାଶ ପାଇଁ ନୁହେଁ, ଆତ୍ମ ରକ୍ଷା ପାଇଁ ।
କିଏ ଶୁଣିବ ଏଠି ଶହ ଶହ ଦ୍ରୌପଦୀଙ୍କ ଚିତ୍କାର ???
ଗୋଟିଏ ଦ୍ରୌପଦୀଙ୍କ ବିଳାପ ଶୁଣି ତ
ଅର୍ଜୁନ, ଭୀଷ୍ମ, ଦ୍ରୋଣ ଭଳି ମହାରଥୀ ମାନେ ବାକ୍ରୁଦ୍ଧ ରହିଲେ…
ଆଜିତ ପୁଣି ହଜାର ହଜାର ଦୁଃଶାସନ ।
ନ୍ୟାୟ ପାଇଁ, ପରିବର୍ତ୍ତନ ପାଇଁ
ଯୁଗ ଯୁଗ ଅପେକ୍ଷା କରି ପଚି ଶଢି ଯାଅନି ।

ଶୁଣ ବସୁମତୀଙ୍କ ଆହ୍ବାନ
“ପ୍ରାଣଦାତ୍ରୀ , ଅମୃତଧାତ୍ରୀ, ସ୍ୱୟଂସମ୍ପୂର୍ଣ୍ଣା ମାନେ…
ଆଉ ବେଳ ନାହିଁ..
ଅନ୍ତର୍ଗତ ସୁପ୍ତ ମହାଶକ୍ତିକୁ ଜାଗ୍ରତ କର ,
ଦୂର୍ଗାରୂପ ଧାରଣ କର ।

କନ୍ୟା, ଦୂହିତା, ବାନ୍ଧବୀ , ପତ୍ନୀ, ଜନନୀ, ଭଗିନୀ, ମାତାମହୀ-
ସବୁରିଦେହେ ଭରିଯାଉ ଦଶଭୂଜାଙ୍କ ଭାବ ଆଉ ଆତ୍ମବିଶ୍ବାସ
ଦଶଆୟୁଧରେ ନାଶଯାଉ ମନର ସବୁ ଭୟ ଭ୍ରାନ୍ତି..
ପରିପୂର୍ଣ୍ଣତାର ଆତ୍ମାନୁଭୂତି ହେଉ ..
ଜଗତର ଚେତନା ଫେରିଆସୁ ..
ସମାନତା, ସମଦର୍ଶୀତାର ଅଲିଭା ରଙ୍ଗରେ ଭରିଯାଉ ପୃଥିବୀ…”

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top