କବିତା

ମୃତ୍ୟୁ

Priyanka Priyadarshini Mishra's odia poem mrutyu

“ରାମ ନାମ ସତ୍ୟ ହେ” ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ
ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ

ମୃତ୍ୟୁ

କୋକେଇ ଉପରେ ପ୍ରାଣଶୂନ୍ୟ ଶରୀର,
ଆତ୍ମୀୟସ୍ୱଜନଙ୍କ ବୁକୁଫଟା କ୍ରନ୍ଦନରେ ପ୍ରକୃତି ଭାରାକ୍ରାନ୍ତ,
ସାହିପଡ଼ିଶା ବୟୋଜ୍ୟେଷ୍ଠ ଲୋକ ବାରମ୍ବାର ସତର୍କ କରି ଚାଲିଛନ୍ତି –
ବିଳମ୍ବ ହେଲାଣି, ଶୀଘ୍ର ନେଇଚାଲ
ସ୍ନେହ, ପ୍ରେମ ସବୁର ଉର୍ଦ୍ଧ୍ଵରେ “ମୃତ୍ୟୁ”ରୂପକ ଶାଶ୍ୱତ ସତ୍ୟ
ବନ୍ଧୁ ପରିଜନ ଆଗେଇ ଆସିଲେ ଶେଷ ଯାତ୍ରାରେ ସାଥି ହେବାକୁ
“ରାମ ନାମ ସତ୍ୟ ହେ” ଧ୍ଵନିରେ ବାୟୁ ମଣ୍ଡଳ ପ୍ରକମ୍ପିତ
ଉପସ୍ଥିତ ଦର୍ଶକେ ଜନ୍ମ-ମରଣର ପରିକଳ୍ପନା କରି ସ୍ତବ୍ଧ
ମାନବଜୀବନର ଶାଶ୍ୱତ ସତ୍ୟକୁ ଜାଣି ମଧ୍ୟ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି
ଶବଯାତ୍ରା ଚକ୍ଷୁପ୍ରଦେଶରୁ ଅନ୍ତର ହୁଅନ୍ତେ
ସମସ୍ତେ ଫେରିଗଲେ କର୍ତ୍ତ୍ୟବ୍ୟର ଆହ୍ୱାନରେ ବଞ୍ଚିବାର ଆଶା ବାନ୍ଧି
ପୁଣି ଥରେ ମୃତ୍ୟୁ ଉପରେ ଜୀବନର ବିଜୟ ହେଲା …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top