କବିତା

ଆତ୍ମଗ୍ଲାନି

Priyanka Priyadarshani Mishra's odia poem Aatmaglaani

ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି
ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . .
ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି
ତୁମର ପ୍ରକୃତି ଛବି. . .

ଆତ୍ମଗ୍ଲାନି

ମୁଁ ତୁମକୁ ଶାନ୍ତିରେ ରହିବାକୁ ଦେବିନି. . .
ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି
ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . .
ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି
ତୁମର ପ୍ରକୃତି ଛବି. . .
ରାତ୍ରିର କିଟ୍‌ମିଟ୍ ଅନ୍ଧାରରେ ମୁଁ ତୁମକୁ
କର୍ମଫଳ ଶହ ଶହ ଦୃଷ୍ଟାନ୍ତ ଦେଖେଇବି. . .
ନିଜ ଜୀବନ ପୃଷ୍ଠା ସବୁକୁ ତୁମେ ବାରମ୍ୱାର ଓଲଟେଇବ,
ଯେତେ ଚେଷ୍ଟା କଲେ ବି ଚିରିପାରିବନି. . .
ସବୁ ପ୍ରକାର ପ୍ରାୟଶ୍ଚିତ ତୁମକୁ କମ୍ ଲାଗିବ ତୁମ ପାପ ତୁଳନାରେ,
ସେହି ଭୟଙ୍କର ଅନୁଭବ ଦେବା ପାଇଁ ହିଁ ମୋର ଅସ୍ତିତ୍ୱ. . .
ମୋତେ ଯେତେ ମାରିବାକୁ ଚେଷ୍ଟାକର ବିଫଳ ହେବ,
ତୁମ ଛାଇର ସ୍ଥାନ ନେଇଯିବି ମୁଁ. . .
ମୋର ବିକଟାଳ ହସ ତୁମ କର୍ଣ୍ଣ ଗହ୍ୱରରେ ପ୍ରତିଧ୍ୱନିତ ହେବ. . .
ତୁମେ କେମିତି ଶାନ୍ତିରେ ବଞ୍ଚିବ ମୁଁ ଦେଖିବି. . .
ହାଃ. . . ହାଃ. . . ହାଃ. . .
ହାଃ. . . ହାଃ. . . ହାଃ. . .
ମୁଁ ଆତ୍ମଗ୍ଲାନି. . .
ମୁଁ ଆତ୍ମଗ୍ଲାନି. . . !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top