କବିତା

ବିଦ୍ୟାଦାତ୍ରୀ ବନ୍ଦନା

Priyanka Priyadarshani Mishra's odia poem Bidyadatri Bandana

ଜ୍ଞାନ ବିଶାରଦ କେତେ ସଙ୍ଗୀତଜ୍ଞ, ସାହିତ୍ୟିକ
ତୋତେ ଧ୍ୟାୟି ଦିବ୍ୟସିଦ୍ଧି ଲଭନ୍ତି କେତେ ସାଧକ ।।୪।।

ବିଦ୍ୟାଦାତ୍ରୀ ବନ୍ଦନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବୀଣାପାଣି-ଶ୍ୱେତପଦ୍ମା-ବାଗ୍ଦେବୀ-ଶୁଭ୍ରବସନୀ
ବ୍ରହ୍ମଲୋକେସ୍ଥିତା ଦେବୀ,ବନ୍ଦେ ମରାଳବାହିନୀ ।।୧।।

ସର୍ବବିଦ୍ୟାଦାତ୍ରୀ ମାତା, ବେଦଧାରିଣୀ ଈଶ୍ୱରୀ
ଅଜ୍ଞାନ ତମସା ନାଶୁ ପ୍ରଜ୍ଞାଦାତ୍ରୀ ଶୁଭଙ୍କରୀ ।।୨।।

ପୟସ୍ୱିନୀରୂପେ ପୁଣି ସଭ୍ୟତା ବଞ୍ଚାଉ କୂଳେ,
ନର-ପଶୁପକ୍ଷୀ-ତରୁ ସର୍ବେ ତୁଷ୍ଟ ତୋର ଜଳେ ।।୩।।

ଜ୍ଞାନ ବିଶାରଦ କେତେ ସଙ୍ଗୀତଜ୍ଞ, ସାହିତ୍ୟିକ
ତୋତେ ଧ୍ୟାୟି ଦିବ୍ୟସିଦ୍ଧି ଲଭନ୍ତି କେତେ ସାଧକ ।।୪।।

କାଳିଦାସ ତବବଳେ ମହାକବି ବୋଲାଇଲେ,
ରଘୁବଂଶ, ମେଘଦୂତ କେତେଯେ କାବ୍ୟ ରଚିଲେ ।।୫।।

ସାରଳା, ଉପେନ୍ଦ୍ର ଭଞ୍ଜ, ଗୋପବନ୍ଧୁ, ରାଧାନାଥ
ତୋ ଆଶିଷେ ଓଡିଶାରେ ଫୁଟାଇଲେ ସୁସାହିତ୍ୟ ।।୬।।

ଶ୍ରୀପଞ୍ଚମୀ ପୁଣ୍ୟତିଥେ ପ୍ରାର୍ଥନା ମୋର ଜନନୀ,
ଉତ୍କଳ ପ୍ରଦେଶେ ବହୁ କଳା-ସାହିତ୍ୟ ତଟିନୀ ।।୭।।

ସତ୍ୟ-ଧର୍ମ-ଶାନ୍ତି ମାର୍ଗେ ଚଳିବୁ ଧରିତ୍ରୀବାସୀ
ଏତିକି ଶୁଭାଶିର୍ବାଦ, ଦିଅ ମାତ ସରସ୍ୱତୀ ।।୮।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top