କବିତା

କିଏ ଶୁଣିବ ???

Priyanka Priyadarshani Mishra's odia poem Kie Shuniba

କ’ଣ ଅପରାଧ ସେ କିଛି କେଜାଣି. . .
ତା’ ବୋଉ ଆଜି କାନ୍ଦି କାନ୍ଦି
ହାଜତରୁ ପୁଅକୁ ଦେଖା କରି ଫେରୁଥିଲା ।

କିଏ ଶୁଣିବ ???

ଗୋଡ଼ ହାତ, ପିଠି, ମୁଣ୍ଡ ସବୁଆଡ଼େ
ଆସି ଦୁଲ୍‌ଦାଲ୍ ବସେଇ ଦେଇଗଲେ କାଲି,
ଖଣ୍ଡିଆ ଯାଗାରେ ସବୁ ମାଛି ବସି
ଘା’ କଲେଣି ।

ବାବୁ ଆଜି କୋଉ ମନରେ ଆସିବ କେଜାଣି,
ବିଚରା ସବୁ ଦେବାଦେବୀଙ୍କି ଡାକୁଛି
ବାବୁ ଆଜି ତା’ ପାଖକୁ ନ ଆସୁ ।
ବାବୁ ଯାହା ପଚାରିଲେ ସେ କହୁନି,
କିଛି ବୁଝିପାରୁନି ସିଏ ।
ଦୁନିଆଁଯାକର ରାଗ ଆସି ହାଜତ ଭିତରେ ସୁଝେଇବା
ବାବୁର ପ୍ରକୃତି ।

କ’ଣ ଅପରାଧ ସେ କରିଛି କେଜାଣି. . .
ତା’ ବୋଉ ଆଜି କାନ୍ଦି କାନ୍ଦି
ହାଜତରୁ ପୁଅକୁ ଦେଖା କରି ଫେରୁଥିଲା ।

କହୁଥିଲା- କିଛି ଜାଣିନି ମୋ ପୁଅ ସେ କେସ୍ କଥା,
ଆମେ ମୂଲଲାଗି ଖାଇବା ଲୋକ,
ଆମକୁ ଫସେଇ ଦେଲେ,
ଆଉ- ସରପଞ୍ଚର ପୁଅ ସବୁ ପାପ କରି
ଆରାମରେ ଗାଡ଼ିରେ ବୁଲୁଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top