କବିତା

ନିଦାଘର ସନ୍ଧ୍ୟା ଓ ବାତାୟନ

Priyanka Priyadarshini Mishra's odia poem Nidaaghara Sandhyaa o Baataayana

ପେଟ ପୁରିଥାଉ କି ନ ଥାଉ ,
ପଶୁ ପକ୍ଷୀ ଗଡ଼ିପଡନ୍ତି ଟିକିଏ ଆଶ୍ୱସ୍ତ ହୋଇ ।

ନିଦାଘର ସନ୍ଧ୍ୟା ଓ ବାତାୟନ

ସିନ୍ଦୁରା ଫାଟିବାଠୁ ଦିନମଣି ଅପସରି ଗଲାଯାଏଁ,
ବାତାୟନ ଖୋଲିବାର ପ୍ରଶ୍ନ କାହିଁ !!

କଅଁଳ ଖରାରେ ଗୁଣ୍ଡୁଚି ମାନେ ସଅଳ ସଅଳ ବୁଲା ଖିଆ ସାରି
ଲୁଚିଯାନ୍ତି ଶ୍ରୀଫଳଦ୍ରୁମ କୋରଡେ ।

ସମଦର୍ଶୀ-ଭାସ୍କର ତେଜ ବଢ଼ନ୍ତେ…
ଖେଚର ଦଳ ଆଶ୍ରୟନିଅନ୍ତି – ପାଦଚଲା ପୋଲ, ବିଜ୍ଞାପନ ଫଳକ
ଅବା ଅର୍ଦ୍ଧନିର୍ମିତ କୋଠାଗୁଡାରେ ;
କେତେ ବିହଙ୍ଗ ଭାଗ୍ୟେ ଘଞ୍ଚ ବୃକ୍ଷରେ ବସାଟିଏ ଥାଏ
ସେ ତ ପ୍ରକୃତି ମା’ କୁ ଜଣା ।

ଧୁ ଧୁ ଖରା ତାତିରେ ଦିନ ତମାମ ହନ୍ତସନ୍ତ ହେବା ପରେ,
ତମସାସ୍ପର୍ଶରେ କୋଟିନିଧି ପାଇଲା ପରି ଲାଗେ ।
ପେଟ ପୁରିଥାଉ କି ନ ଥାଉ ,
ପଶୁ ପକ୍ଷୀ ଗଡ଼ିପଡନ୍ତି ଟିକିଏ ଆଶ୍ୱସ୍ତ ହୋଇ ।

ମୁଁ ଶିଶୁବତ୍‌-ଉତ୍ସାହରେ ଧାଇଁଯାଏ ବାତାୟନ ପାଖକୁ ,
ମୁକ୍ତ – ଗବାକ୍ଷଦେଇ ଅବର୍ଣ୍ଣନୀୟ ଶାନ୍ତି ପ୍ରବେଶେ ସୁଶୀତଳ ପ୍ରଭଞ୍ଜନ ରୂପ ନେଇ…
ଅନ୍ତହୀନ ଅମ୍ବରକୋଳେ ଶୁଭ୍ର-ମୃଗାଙ୍କ ତନୁମନ ପୂଲକିତ କରେ…
ଘରପାର୍ଶ୍ବରୁ ଗଙ୍ଗଶିଉଳୀ ମହକ ମନେପକେଇଦିଏ କୁନ୍ତଳା କୁମାରୀଙ୍କ ‘ଶେଫାଳି ପ୍ରତି’…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top