କେଉଁ ଏକ ଦୁର୍ବଳ ସମୟ ଗଢିତୋଳିଲା ଆମ ଭିତରେ ଗୋଟେ ସୁନ୍ଦର ସମ୍ପର୍କ । ଆଉ ସେ ସମ୍ପର୍କକୁ ବେଶ୍ ମଜ୍ବୁତ୍ କରିବାରେ ସହାୟକ ହେଲା ପ୍ରତିଜ୍ଞାର ପିଲାର୍ ଉପରେ ଛିଡାହୋଇଥିବା ସାତଜନମର ସେତୁ । ସ୍ପନ୍ଦନର ତାଳେ ତାଳେ ମନଗହନରେ ନାଚି ଗାଇ ବୁଲିବାକୁ ଲାଗିଲା ଶୋଳବୟସୀ ହୃଦୟ । ସାରଙ୍ଗ ବଣରେ ସାମନ୍ତ ମେଳରେ ସମ୍ପର୍କ ଗାଉଥିଲା ସଦା, ସାଥୀ ତୁମ ଗାଥା କବିତା । ସୀମନ୍ତିନୀ ତୁମେ ସଞ୍ଜୀବନି ସାଜି ସଜେଇଲ ମୋ ସଜଫୁଟା ହୃଦୟକୁ । ନୀତି ସଞ୍ଜ ସକାଳର ସାରଥୀ ହୋଇ ଜୀବନକୁ ମୋର କରିତୋଳିଲ ସାର୍ଥକ । ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା । ସବୁ ସମସ୍ୟା ସମାଧାନର ସୂତ୍ର ଖୋଜେ ମାତ୍ର ସମ୍ଭାବନା ସବୁବେଳେ ମଣିଷର ବାଟଚାହିଁ ବସିଥାଏ । ସୁରୁଜର ସଂଜ୍ଞା ନେଇ ସମ୍ପର୍କର ଦ୍ୱାହୀ ଦେଇ ସଫଳତାର ଶିଖରରେ ପହଞ୍ଚାଇଲ । ସିଂହଳୀ ରାଜକନ୍ୟା ତୁମେ ସଅଳ ମୋ ସଂସାରେ ଆସିବ ବୋଲି କଥା ଦେଇ ସାଗର ତରଙ୍ଗିଣୀ ପରି ସାବର ଶ୍ରୀକ୍ଷେତ୍ରେ କାହିଁ ଚାଲିଗଲ । ସମ୍ପର୍କ ଆମର ମନେ ମୋର ସତ ସିଂହର ବଳ ପରି ସାହାସ ବାନ୍ଧିଥିଲା । ସାଥୀ କେଜାଣି କାହିିଁକି ତୁମେ ତାହା ନ ବୁଝି କରିଗଲ ମୋତେ ସାତପର ଆଉ ଭାଙ୍ଗି ଦେଲ ସେତୁ ଆମ ସମ୍ପର୍କର…
ସେତୁ ଆମ ସମ୍ପର୍କର
ଲେଖିଛନ୍ତି
ମାତ୍ର ସେଠି ସଂନ୍ତ୍ରାସବାଦ ସାଜି ସମାଜ ଆମ ସମ୍ପର୍କ ଭିତରେ ଆଣିଲା ଅନେକ ସମସ୍ୟା ।
ସେତୁ ଆମ ସମ୍ପର୍କର