କବିତା

ଆଖି ବୁଜିଲେ ଅନ୍ଧାର

Puspanjali Panda's odia poem Akhi Bujile Andhaara

ସବୁ ପଦରେ ଭୂଲ୍ !
ସବୁ ଅକ୍ଷର ନାଚୁଥାଏ
ଫିଲ୍ମ୍ ପରି ଦେଖୁଥାଏ
ବୁଜା ଆଖିପତା ଭିତରେ ପାହୁଥାଏ ରାତି।

ସବୁଦିନେ ରାତି ଆସୁଛି
ସବୁଦିନେ ନିଦ।
ଆଖି ବୁଜିଲେ ଅନ୍ଧାର ଭିତରେ
କବିତା ର ଶବ୍ବ ସବୁକୁ
ଘୋଡ଼େଇ ପକାଏ
ଅମାନିଆ ଆଖିପତା।

ହେଲେ ରାତିରେ ଛାତି ର ତାତି କଣ କମ୍ କି..!!

ପ୍ରଥମ ପ୍ରହର ରେ ସଙ୍ଗୀତ ଆଳାପ ପରି
କବିତା ସବୁ ପହଞ୍ଚି ଯାଏ
ଦ୍ଵିତୀୟ ପ୍ରହର ର ମଧ୍ୟ ଭାଗକୁ ।
ସ୍ୱପ୍ନ ପଛରେ ଗୋଡେଇଲାପରି
ଅନ୍ଧାର ଭିତରେ
ଉଣ୍ଡାଳୁଥାଏ ସୂର୍ଯ୍ୟ କିରଣ
କବିତା ରେ ଶବ୍ଦର ଆଲୋକରେ
ଆଗକୁ ଧାଉଁ ଥାଏ
ବେଧଡକ ମନପ୍ରାଣ
ତୃତୀୟ ପ୍ରହର ପର୍ଯ୍ୟନ୍ତ।
ଚତୁର୍ଥ ପ୍ର‌ହର କବିତା
କୋରି ପକାଏ ଛାତି
ଧିରେ ଧିରେ କମିଆସେ ତାତି ।

ତଥାପି ସରୁ ନଥାଏ କବିତା.!!

ସବୁ ପଦରେ ଭୂଲ୍ !

ସବୁ ଅକ୍ଷର ନାଚୁଥାଏ
ଫିଲ୍ମ୍ ପରି ଦେଖୁଥାଏ
ବୁଜା ଆଖିପତା ଭିତରେ ପାହୁଥାଏ ରାତି।

କିଛି ଲେଖା ଲେଖି
ହେଇ ନଥିବା ଦୁଃଖ ରେ
ପିଟୁଥାଏ ମଥା ,
ନିଃଶ୍ବାସ ଧାସରେ ,
ଆଖି ବୁଜିଲେ ଅନ୍ଧାର ରେ
ଉଷୁମୁ ହେଉଥାଏ
ରାତି ବେଳର କବିତା
ସବୁଦିନେ ଏମିତି ।।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top