ଧନ୍ୟ ହେ ବିଜେଡି ସରକାର ତୁମ ଶାସନ
ମହାନଦୀ ପ୍ରସଙ୍ଗ କରିପାରୁନାହଁ ସମାଧାନ
ଖାଲି କେନ୍ଦ୍ର ବିରୁଦ୍ଧରେ ଦେଉଛ ଆହ୍ୱାନ ।
ଓଡିଶାର ଲୋକଙ୍କୁ ଭାବୁଛ ବୋକା
କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ ମାରୁଛ ଟେକା
କହୁଛ କେନ୍ଦ୍ର କରୁଛି ଆମ ସହ ଧୋକା ।
ଏତେ ଦିନ କାହିଁ ଶୋଇରହିଥିଲ
କେନ୍ଦ୍ର ବିରୁଦ୍ଧରେ ସପନ ଦେଖୁଥିଲ
ଡ୍ୟାମ୍ ସରିଲା ବେଳକୁ ଜାଗିଉଠିଲ ।
ଖାଲି ମୋତିଲାଲ୍ ପରି ଲୋକଙ୍କୁ ପୋଷିଲ
ନିରିହ ଆଦିବାସୀଙ୍କୁ ଗୁଳିକଲ
ନଗଡା ପରି ଅଞ୍ଚଳକୁ ଭୁଲିଗଲ ।
କେନ୍ଦ୍ର ବିରୁଦ୍ଧ ଛଡା ଯଦି କିଛି ସମୟ ମିଳନ୍ତା
ଚାଷୀ ମାନଙ୍କ କଥା କରନ୍ତ ଟିକେ ଚିନ୍ତା
ଆଉ କେତେ ବା କରିବେ ସେ ଆତ୍ମହତ୍ୟା ।
କେନ୍ଦ୍ର ବିରୁଦ୍ଧରେ ଷଢ଼ଯନ୍ତ୍ର କରୁଥାଅ ନିତି
ଲୋକେ ଜାଣି ପାରିଲେଣି ତୁମ ପ୍ରୀତି
ରାଜନୀତି ନାମେ କେବଳ କରୁଛ କୂଟନୀତି ।
ସାମାନ୍ୟ ଡେଙ୍ଗୁ ନିୟନ୍ତ୍ରଣ କରିପାରୁନ
ଛତିଶଗଡକୁ ବା କେମିତି ନିୟନ୍ତ୍ରଣ କରିବ
ଏକୁଟିଆ ଭାବିଛ ମହାନଦୀକୁ ଛଡାଇ ଆଣିବ ।
ଖାଲି କେନ୍ଦ୍ର ବିରୋଧି ନାରା ଧରିଛ
ସର୍ବଦଳୀୟ ବୈଠକକୁ ମନା କରୁଛ
ଲାଗିଲାଣି ବୋଧେ ବିଜେପି କଂଗ୍ରେସକୁ ଡରୁଛ ।
