କବିତା

ଇତିହାସ ସ୍ମୃତି

Suhani Rout's odia poem Itihaasa Smruti

ଶିବାଜୀ ନେତାଜୀ କେତେ ମହାପୁରୁଷଙ୍କ
ରହିଛି ଆଜି ବି ସ୍ଵର୍ଣ୍ଣାକ୍ଷରେ,
କରିଥିଲେ ଯେଉଁ ଅମୂଲ୍ୟ କର୍ମ
ପ୍ରତି ଭାରତୀୟ ହୃଦ କୋଣରେ ।

ଆରେ ! ଏ ମୂର୍ଖ ମନୁଷ୍ୟ
ଭୁଲି ଯାଇଛୁ କି ଇତିହାସ ?
ଭୁଲି ଯାଇଛୁ କି ଇତିହାସେ ଲେଖା
ନାମଗୁଡ଼ିକର ଜୀବନ୍ତ ଆଭାସ ।

ମନେ ପକା ସେ ସଂଗ୍ରାମୀ ପୁରୁଷ
ଯେ କରିଥିଲେ ଏକ ମାଟି କୁ ଆକାଶ ,
ରାଜା ମହାରାଜା ଅନେକ ପଣ୍ଡିତ
ଶୋଭା ଲାଗେ ଯେ ତାଙ୍କର ଅଶେଷ ।

ଶିବାଜୀ ନେତାଜୀ କେତେ ମହାପୁରୁଷଙ୍କ
ରହିଛି ଆଜି ବି ସ୍ଵର୍ଣ୍ଣାକ୍ଷରେ,
କରିଥିଲେ ଯେଉଁ ଅମୂଲ୍ୟ କର୍ମ
ପ୍ରତି ଭାରତୀୟ ହୃଦ କୋଣରେ ।

କରିଛନ୍ତି ଧନ୍ୟ ଭାରତ ମା କୁ
ଜନ୍ମ ନେଇ ଏଠି କେତେ ଯେ ବୀର,
ହୋଇ ଅମର ଇତିହାସ ରେ
ଟାଣିଛନ୍ତି ନିଜ ରକ୍ତରେ ଗାର ।

କାଳି ଦାସ ପରି ମହାନ୍ ଆଭା
ବଢାଇଛନ୍ତି ଯେ ମାତୃଭୂମି ଶୋଭା,
ହୁଏତ ହୃଦୟ ପାରଇ ଭୁଲି
ହେଲେ ଇତିହାସେ ରହିଛି ଖାଲି,
ଦେଇଥିଲେ ପ୍ରାଣ ମାତୃଭୂମି ପାଇଁ
ଖାଇଥିଲେ କେତେ ଗୋଇଠା ଗୁଳି,
ହାରିଲେନି ଯେ ତଥାପି ସେମାନେ
ଉଡାଇଲେ ଦେଶେ ତ୍ରିରଙ୍ଗା ଖାଲି।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top