ପ୍ରେମ ଏକ
ଦୁଷ୍ଟ ପ୍ରଜାପତି
ଛୁଇଁ ଛୁଇଁବ କହି
ଉଡ଼ିଯାଏ ଏଠି ଆଉ ସେଠି ।
କେବେ ପାଖ ଦୂର ହୋଇ
କେବେ ମିଠା ନିଆଁରେ ଭିଜାଇ
ସପନ ଦେଖାଏ ଯେଉଁ
ତାରା ଭର୍ତ୍ତି ଆକାଶର
ଫୁଲ ଭର୍ତ୍ତି ବଗିଚାରେ
ମଧୁର ରୋମାଞ୍ଚ,
କେବେ
ଅନ୍ଧାର ଘୋଟୁ ନ ଥିବା
କେବେ
ଆଲୁଅ ସରୁ ନ ଥିବା
ପ୍ରେମ ଏକ
ଋତୁହୀନ ମହାଋତୁ
ଅନନ୍ତ ଆକାଶ
ଶେଷହୀନ ଶୋଷଧରି
ବାଟହୁଡ଼ି ବାଟ ଖୋଜୁଥିବା
ଦିଶାହୀନ ମନ
ଫୁଲର ପାଖୁଡ଼ା ତଳେ
ଲୁଚିଥିବା ସାଇତା ସପନ ।