ଜଳଇ ଘିଅ
ଜଳେ ସଳିତା,
ଆଲୋକ ଦେବା ପାଇଁ ।
କହନ୍ତି ଲୋକ
ଜଳୁଛି ଦୀପ
ଏ କି ନିୟମ ଭାଇ ?
ସାହାଯ୍ୟ କଲେ
ରଖିବେ ମନେ,
ନ ହେଲେ ଯିବେ ଭୁଲି ।
ଅକ୍ଷମ ହେଲେ
ଭର୍ଷନ କରି
ଯେଝା ବାଟେ ଯିବେ ଚାଲି ।
ସ୍ୱାର୍ଥପର ଏ
ଦୁନିଆଁ ସିନା,
ସ୍ୱାର୍ଥର ବଶ ସଭିଏଁ ।
ମନରେ ଛନ୍ଦ
କପଟ ଭରା,
ମୁହଁରେ ହସ ଥାଏ ।
