ଆଜି ତୁମେ କେଉଁ ଏକ ରାଜମହଲର ରାଣୀ
ହେଲେ ମୁଁ ରାସ୍ତାକଡର ପାଗଳ
ପ୍ରେମଟା ଆମର କାହିଁକି କେଜାଣୀ
ଭୁଲ କରିଦେଲା ସବୁ ଭୂଗୋଳ ।
ତୁମକୁ ଟିକିଏ ଦେଖିବା ପାଇଁ
ପାଗଳ ହେଉଥିଲା ଯେଉଁ ଆଖି
ସେଠି ଆଜି ବସା ବାନ୍ଧି ରହିଛି ଲୁହ
ମୋ ଜୀବନୁ ଉଡିଯାଇଛି ପ୍ରେମ ପକ୍ଷୀ ।
ମନରେ ଭରିଦେଇ ଅମାପ କୋହ
ଆଉ ହୁଏତ ଦେଖା ହେବ ନାହିଁ କେବେ ତୁମର ମୋର
ସବୁ ସମ୍ପର୍କ ତୁମେ ଦେଇଛ ତୁଟେଇ
ତଥାପି ଏ ମନଟା ମନେ ପକାଏ ତୁମକୁ ବାରମ୍ବାର ।
ହୋଇ ତୁମ ସେହି ପ୍ରେମ ପଥର ବାଟୋଇ
ଏ କିପରି ଥିଲା ଆମ ଦୁହିଁଙ୍କ ପ୍ରେମ ଗଳ୍ପ
ଜାଣେନି କାହିଁକି ଅବା ରହିଗଲା ଅଧା
ପ୍ରେମର ପଥଟା ଆଜି ହୋଇଯାଇଛି ଏତେ ଶ୍ୱଳ୍ପ ।
ମନେ ଦେଇ ସମ୍ପର୍କ ଓ ବିଶ୍ୱାସର ବାଧା ।
