ଗଳ୍ପ

ସିଗାରେଟ୍

Pradip Nayak's odia story Cigarette

ମୋ ସିଗାରେଟ୍ ପିଇବା ତା’ର ଆଉ ଏକ ଉଦାରତାର ନମୁନା କୁହାଯାଇପାରେ । ଦିନ ତମାମ ମୋ ଖାଇବା ନ ଖାଇବା, ପିନ୍ଧିବା ନ ପିନ୍ଧିବାରେ ତା’ ପାଖରେ ଖବର ଥାଏ କି ନଥାଏ କିନ୍ତୁ ଖବର ନିଏ ସିଗାରେଟ୍ ଅଛି କି ନାହିଁର । କେବେ ବି ବିରକ୍ତ ଭାବ ଦେଖିନାହିଁ ।

ସିଗାରେଟ୍

ବାସ୍ତବରେ ମୁଁ ସାରାଦିନ ଦୌଡ଼ିଚି । ଏଇଥିପାଇଁ ଯେ ମୁଁ ସ୍ଥିର ନଥିଲି ଯେତେବେଳେ, ସେୟାତ କହିବି । ଅସ୍ଥିରତା ମୋ ସମଗ୍ର ସତ୍ତାକୁ ତା’ କବଳକୁ ନେଇଚି । ଯେଉଥିପାଇଁ ଏ ଭାବ ମୋ’ଠାରେ ଲାଗିରହିଚି ତାହା ହେଲା ଅର୍ଥଶୂନ୍ୟତା ଅଭାବ । ଏମିତି ସମୟ ମୋ ଜୀବନରେ କେବେ ଆସିଚି କି ନାହିଁ ତାହା ମଧ୍ୟ ଭାବିପାରୁନି ।

ନେଭିଆ ମୋତେ ଏମିତି ହୋଟେ ମୋଡ଼ ମୁଣ୍ଡରେ ଛାଡ଼ି ଦେଇଯିବ ଭାବିପାରୁନି । ସିଏ ମୋ ସ୍ତ୍ରୀ । ମୋତେ ଭଲପାଇ ବାହା ହେଇଥିଲା । ତା’ ଭଲ ପାଇବା ମଧ୍ୟ ଗୋଟେ ନାତିଦୀର୍ଘ କାହାଣୀ । ମୁଁ ବାହା ହେବି, ନେଭିଆ ମୋତେ ପ୍ରଥମେ ତା’ ପ୍ରେମିକ ପରେ ସ୍ୱାମୀ ଭାବରେ ଗ୍ରହଣ କରିବ, ଏସବୁ ମୋ ବିଶ୍ୱାସର ବାହାରେ ଥିଲା ।

ଗୋଟେ ଟେଲିଫିଲ୍ମ ପ୍ରଡ଼କ୍ସନ୍ କମ୍ପାନୀରେ ମୁଁ କାମ କରେ । ମୋ କାମର କିଛି ଠିକ୍ ଠିକଣା ନଥାଏ ବୋଲି କମ୍ପାନୀ ତା’ ଇଚ୍ଛାରେ ମୋତେ ଦରମା ଦିଏ । ବେଳେ ବେଳେ ମୋର କୌଣସି ଖାମଖିଆଲ ଯୋଗୁ କମ୍ପାନୀର କ୍ଷତି ଦର୍ଶାଇ ଦରମା ପଇସାରୁ ବି କିଛି କାଟିଦିଏ । କେବେ କେବେ କାମର ଦକ୍ଷତାକୁ ନେଇ ପୁରସ୍କୃତ କରେ । ମୁଁ କିନ୍ତୁ ଏସବୁରେ ବିଶ୍ୱାସ କରେନା । ଆହତ କି ଖୁସି ହୁଏନା । ଯାହା ମିଳେ ତାହା ମୋର ପ୍ରାପ୍ୟ ବୋଲି ଭାବେ । କିନ୍ତୁ ହଁ, ଦୋକାନୀକୁ ସିଗାରେଟ୍ ମାଗିବା ବେଳେ ପକେଟରେ ହାତପୁରାଇ ଯଦି ଜାଣେ ପକେଟ୍ଟା ଏକଦମ୍ ଖାଲି ସେତକ ହିଁ ମୋର ଅଭାବ ଧରିନିଏ । କିନ୍ତୁ କେବେ ନେଭିଆକୁ ନେଇ ମୋ ଜୀବନ ଭରପୁର ଏମିତି ଭାବିନାହିଁ, କି ସିଏ ମୋତେ କ’ଣ କ’ଣ ଗାଳିଗୁଲଜ କରି ବିବ୍ରତ ଭାବରେ ମୋ’ଠୁ ଦୂରେଇ ଯିବାକୁ ଅଭାବ ମଧ୍ୟ ଭାବିନାହିଁ ।

ନେଭିଆ ସହ ସମ୍ପର୍କ କାମରୁ । ସିଏ ପ୍ରଥମେ ପ୍ରଥମେ ଟେଲିଫିଲ୍ମରେ ରୋଲ କରିବାକୁ ନିର୍ଦ୍ଦେଶକ, ପ୍ରଯୋଜକ, ସହପ୍ରଯୋଜକ ଏମିତିକି ସିନେମାଟୋଗ୍ରାଫର ଯାଏ ଓଳନାଳ ହେଉଥିଲା । ତାକୁ ରୋଲଟିଏ ଦେବାକୁ ଯେତେବେଳେ ନିର୍ଦ୍ଦେଶକ ପ୍ରଯୋଜକଙ୍କ ସହ କଥା ହେଉଥିଲେ ସଂଯୋଗବଶତଃ ମୁଁ ସେଟ୍ ବାହାରେ ଠିଆ ହୋଇ ସିଗାରେଟ୍ ପିଉଥିଲି । କଥାଟା ମୋ କାନରେ ପଡ଼ିଲା । ସେମାନେ କଥା ହେଉଥିଲେ ଝିଅଟାର ଆଖି ଆଉ କଟୀ ଦି’ଟା ସେକ୍ସି । କିନ୍ତୁ ହସଟା ନିଶାଗ୍ରସ୍ତ ପରି ଦିଶେ । ନାଚରେ ଡଲ । ଷ୍ଟାଇଲ୍ ଦୃଷ୍ଟିରୁ ସଟସ୍ ପିନ୍ଧିଲେ ଠିକ୍‌ଠାକ୍ ଲାଗିବ ଯେ ଶାଢ଼ି ପିନ୍ଧିଲେ ବୟସ୍କା ମହିଳାପରି ଦିଶିବ । ଲୁକ୍ ଅନୁସାରେ ସାଇଡ୍ ଫେସ୍‌ରୁ ଅଧିକ ସଟ୍ ନେବାକୁ ହେବ । କିନ୍ତୁ ଗ୍ରୁମିଂକୁ ନେଇ ଚିନ୍ତା ।

ସେଟ୍ ବାହାରେ ମୁଁ ସିଗାରେଟ୍ ଧୂଆଁ ସହ ଆକାଶରେ ମିଳେଇ ଯାଉଥିଲି । ଉଦ୍ଦେଶ୍ୟହୀନ ଭାବରେ କୁଆଡ଼େ କୁଆଡ଼େ ହଜିଯିବା ମୋର ପୁରୁଣା ଅଭ୍ୟାସ । କିଛି ସମୟ ନିରୁଦ୍ଦିଷ୍ଟ ହେବା, ମୋ ନିଜଠୁ ନିଜେ ଗାଏବ ହୋଇଯିବା ମୋତେ ଭଲ ଲାଗେ । ସେଦିନ କିନ୍ତୁ ହଜି ପାରିଲିନି । ମୋ ତୃତୀୟ ସିଗାରେଟ୍ ମଧ୍ୟ ଏତିକି କରିବାରେ ବିଫଳ ହେଲା । ପ୍ରଡ୍ୟୁସରଙ୍କ ଚାମ୍ୱର ଭିତରେ ଏଇ ଆଲୋଚନା କେମିତି କେଜାଣି ମୋତେ ଭିତରକୁ ଯିବାକୁ ବାଧ୍ୟ କଲା । ନେଭିଆକୁ କୌଣସି ଗୋଟାଏ ରୋଲ ଦେବାକୁ ନେଇ ସେମାନଙ୍କ ମୁହଁ ନିରୁପାୟ ଦିଶୁଥିଲା । ତା’ର କାରଣ ମଧ୍ୟ ଥିଲା । ସ୍କ୍ରିପ୍ଟରେ ନେଭିଆକୁ କୌଣସି ଗୋଟେ ରୋଲ ପାଇଁ ସେମାନେ ମ୍ୟାଚ୍ କରିପାରୁନଥିଲେ ।

ମୋତେ କେହି ଶୁଣେଇ କହନ୍ତି ଅବା କେହି ମୋ ଅନୁପସ୍ଥିତିରେ ଆଲୋଚନା କରୁଥିବାରୁ ମୁଁ ଶୁଣିଚି ଯେ ମୋ ମୁଣ୍ଡରେ ଗୋଟେ ଭୂତ ସବାର ହୁଏ । ସେ ଭୂତଟା ପୁଣି ଅନେକ ସମୟରେ କୁଆଡ଼େ ସବୁ ଉପାୟହୀନତା ଭିତରେ ଉପାୟ ବାହାର କରିପାରେ । କହିପାରିବିନି ମୋର ସେମିତି କିଛି ହେଲା କି କ’ଣ, କେହି ଯେମିତି ମୋତେ ଝଡ଼ପରି ଟାଣି ନେଲା ସେମାନଙ୍କ ଆଲୋଚନା ମଝିକି । ପ୍ରଯୋଜକ, ନିର୍ଦ୍ଦେଶକଙ୍କ ମଝିରେ ଗୋଟେ ଟି’ପୟ, ଉପରେ ମେଲା ହୋଇ ପଡ଼ିଚି ସ୍କ୍ରିପ୍ଟ । ବ୍ଲାକ୍‌ଡ଼ଗର ବୋତଲ ପ୍ରାୟ ଶେଷ ଅବସ୍ଥାରେ । ଚିନ୍ତାଗ୍ରସ୍ତ କାରଣରୁ କି କ’ଣ ନିଶାଗ୍ରସ୍ତ ଦିଶୁନାହିଁ ସେମାନଙ୍କ ମୁହଁ । ମୋ ଉପସ୍ଥିତିରେ ସେମାନେ ବିଶେଷ ବିଚଳିତ ହେଲେ ନାହିଁ । ଆଖି ଉଠେଇ କେବଳ ଚାହିଁ ରହିଲେ । ମୋତେ ସେମାନଙ୍କ ପାଖରେ ପଡ଼ିଥିବା ଚେୟାରରେ ବସିବାକୁ କହିଲେ । ଚଳିବ । କହି ପିଇବାକୁ ଇସାରା ମଧ୍ୟ କଲେ । ମୁଁ ଆଦୌ ଡ୍ରିଙ୍କସ୍ ନିଏନା ଜାଣି ମଧ୍ୟ ସେମାନଙ୍କର ଏଇ ଆତିଥେୟତାକୁ ମୃଦୁ ଧନ୍ୟବାଦରେ ଏଡ଼େଇ ଦେଲି । ଭୂତ ସବାରର ହ୍ୟାଙ୍ଗଓଭର ଯାଇଥିଲା କି ନାହିଁ ମୋ ଉପରୁ ଜାଣେନା, ସ୍କ୍ରିପ୍ଟ ଶୁଣିବା, ନେଭିଆର ରୋଲ ବିଷୟରେ ଚିନ୍ତା ଭିତରେ ମୁଁ ପଶିଲି । କାହାଣୀ ସହ ଗୋଟେ ସବ୍‌ପ୍ଲଟ ଯୋଡ଼ିବାକୁ ପରାମର୍ଶ ଦେଲି । ବାସ କଥା ଖତମ୍ ।

ସେଦିନ କାହା କଥାରେ ନେଭିଆକୁ ରୋଲଟିଏ ମିଳିଲା ସେ କଥା କେହି କାହାକୁ କହିନାହିଁ । ସିଏ କିନ୍ତୁ ତାକୁ ରୋଲ ମିଳିବା ଖୁସିରେ ମୋତେ ଧନ୍ୟବାଦ ଦେଲା । କୃତଜ୍ଞ ବୋଲି ବାରମ୍ୱାର କହିଲା । ଏଇ ସବୁ କାରଣରୁ ମୁଁ ତାକୁ ଭଲ ଲାଗିଲି ବୋଲି ବାରମ୍ୱାର ଆଖିନଚେଇ କହିଲା । ତା’ର କିଛିଦିନ ପରେ ବାହା ହେବ ବୋଲି ପ୍ରସ୍ତାବ ଦେଲା । ମୋ ପରି ଠିକଣାହୀନ ଲୋକକୁ ନେଭିଆ ତା’ ପସନ୍ଦର ଗୋଟେ ଭଡ଼ାଘରର ଠିକଣା ଦେଲା । ଗତକାଲି ଯାଏ ଯାହା ଜାଣିଚି ତା’ ସହ ମୋର ଏକାସାଙ୍ଗରେ ଗୋଟିଏ ଘରେ ରହିବା, ଏକା ବିଛଣାରେ ଶୋଇବାରେ କେବଳ ମୋ ଉପରେ ସବାର ସେଇ ଭୂତ ସହ ହିଁ ଥିଲା । ସେ କିନ୍ତୁ ମୋ ଭୂତ ସହ ଭଲ ଡିଲ୍ କରି ଜାଣିଥିଲା । ତା’ ଇଚ୍ଛାରେ ମୋତେ ସହବାସ ପାଇଁ ବିବଶ କରେ, ପୁଣି ତା’ ଦେହ ଓରିମାନା ମେଣ୍ଟିଗଲେ କଣ୍ଢେଇଟା ପରି ଝାଡ଼ିଝୁଡ଼ି ଥାକରେ ଥୁଏ । କିଛି ଦିନ ଭିତରେ ସିଏ ଟେଲିଫିଲ୍ମ ଦୁନିଆଁ ଛାଡ଼ି ବଡ଼ ପରଦାରେ ବ୍ୟସ୍ତ ଅଭିନେତ୍ରୀ ହେଇଚି । ଏତେସବୁ ଭିତରେ ସିଏ ଆମ ଏକାଠି ରହିବା, ଗୋଟିଏ ନିଷ୍ପତ୍ତିରେ ରାଜି ହେବା କେବଳ ଗୋଟେ ସମଝୋତା ନୁହଁ ବରଂ ଦେଖେଇ ଆସିଥିଲା । ମୋ ସିଗାରେଟ୍ ପିଇବା ତା’ର ଆଉ ଏକ ଉଦାରତାର ନମୁନା କୁହାଯାଇପାରେ । ଦିନ ତମାମ ମୋ ଖାଇବା ନ ଖାଇବା, ପିନ୍ଧିବା ନ ପିନ୍ଧିବାରେ ତା’ ପାଖରେ ଖବର ଥାଏ କି ନଥାଏ କିନ୍ତୁ ଖବର ନିଏ ସିଗାରେଟ୍ ଅଛି କି ନାହିଁର । କେବେ ବି ବିରକ୍ତ ଭାବ ଦେଖିନାହିଁ ।

ନେଭିଆ ସହ କିଛିଦିନ ରହିବା ପରେ ଭାଗ୍ୟଦେବୀ ତା’ ଉପରେ ପ୍ରସନ୍ନ ହୋଇଥିଲେ । ବଡ଼ ପରଦାରେ ଡେବ୍ୟୁ ଭାରି ଚମକପ୍ରଦ ଆଉ ଭଲ ରିଟର୍ଣ୍ଣ ମଧ୍ୟ ହୋଇଥିଲା । କହିବାକୁ ଗଲେ ରାତାରାତି ସିଏ ଷ୍ଟାର ହେଇଯାଇଥିଲା । ସିନେ ଦୁନିଆଁରେ ଗୋଟେ ପ୍ରାଇସ୍ ମଧ୍ୟ ନିର୍ଦ୍ଧାରଣ କରିପାରିଥିଲା । ପୂର୍ବର ଛୋଟ ଭଡ଼ାଘର ଛାଡ଼ି ଆଉ ଗୋଟେ ଭଲ ଫ୍ଲାଟ୍ ନେଇଥିଲା । ହଁ ମନେଅଛି ନୂଆ ଘରେ ଗୃହପ୍ରବେଶ ଦିନ ମୋ ପାଇଁ ଦାମୀ ଡ୍ରେସ୍ ବି କିଣିଥିଲା । ବନ୍ଧୁମାନଙ୍କୁ ଡାକି ଭୋଜି ଦେଇଥିଲା । ସେଇ ପାର୍ଟିରେ ସମସ୍ତଙ୍କୁ ଚକିତ କରି ମୋ କମ୍ପାନୀର ନିର୍ଦ୍ଦେଶକ, ପ୍ରଯୋଜକଙ୍କ ସାମ୍ନାରେ ଘୋଷଣା କଲା ମୋର ଚାକିରୀ ଛାଡ଼ିବା କଥା । ମୁଁ ନିଜେ ମଧ୍ୟ ଅବାକ୍ ରହିଗଲି । ପରେ ଏମିତି କରିବାର କାରଣ ପଚାରିବାରୁ କହିଲା- “ମୋ ପାଖରେ ପଇସା ଅଛି, ସମ୍ମାନ ଅଛି । ମୋ ସାମାଜିକ ପ୍ରତିଷ୍ଠା ଦୃଷ୍ଟିରୁ ଗୋଟେ କମ୍ପାନୀରେ ଅଳ୍ପ ଦରମା, ନାମହୀନ, ପଦବୀରେ ରହିବା ଆବଶ୍ୟକ ନାହିଁ । ତମର ସବୁ କଥା ମୁଁ ବୁଝିବି । ତମେ ଚାକିରି ଛାଡ଼ିବ ।”

ମୋତେ ଲାଗେ ନେଭିଆ ମୋତେ ଚାକିରୀରୁ ବାହାର କରି ଆଣିବା, ତା’ କଥାକୁ ମୁଁ ନିରବରେ ସମର୍ଥନ କରିବା ଯାଏ ମୋ ଉପରେ ସବାର ଭୂତର କାରନାମା ହିଁ ଥିଲା । ମୁଁ ସେ ସବାରରୁ ମୁକ୍ତ ହେବାବେଳକୁ ନା ଥିଲା ଫ୍ଲାଟ୍, ନା ଥିଲା ସିଏ । ମୋ ଠିକଣା ଫୁଟ୍‌ପାଥ୍ ହେଇଥିବା ବେଳେ ତା’ ଠିକଣା ଥିଲା ଅଜଣା । ମୋ ଅନୁଭବ ହୁଏ ମୁଁ କାଲିଯାଏ ଯେମିତି ଥିଲି ଆଜି ମଧ୍ୟ ସେମିତି । ଜୀବନ ପରିଧିରୁ ନେଭିଆ ଯାଇଛି, କିଛି ଯାଇନି । ବରଂ ବଜାରସାରା ସିଗାରେଟ୍ ଅଛି, ସିଗାରେଟ୍ ବିନା ମୋ ମୁଣ୍ଡ ଝିମ୍ ଝିମ୍ ହେଇଯାଉଚି ଅଥଚ ପଇସା ନାହିଁ । ତିନି ଚାରିଥର ମନିପର୍ସକୁ ପରସ୍ତ ପରସ୍ତ କରି ଦେଖିସାରିଲିଣି । ମୋର ଫଟୋ ପରିଚୟପତ୍ର, ଏଟିଏମ୍ କାର୍ଡ ଛଡ଼ା କିଛି ହିଁ ନାହିଁ । ଏକାଉଣ୍ଟରେ କେବେଠୁ ପଇସା ଶେଷ ।

ସିଗାରେଟ ପଇବା ନିଶାରେ ଦିନଟା ବେକାର ବେକାର । ଦୋକାନ ପାଖକୁ କେତେଥର ଯାଇ ଫେରି ଆସିଚି । କଣେଇ କଣେଇ ସିଗାରେଟ୍ ପିଉଥିବା ଲୋକଙ୍କ ମୁହଁକୁ ଚାହୁଁଚି । ଦିନ ଦୁଇଟା ଯାଏ ପେଟର ଭୋକ ମଧ୍ୟ ବିନା ସିଗାରେଟ୍‌ରେ ଅବାନ୍ତର ପରି ଲାଗୁଚି । ଦୋକାନରେ ଗୋଟେ ପାଖକୁ ପରିସ୍ରା କରିବାକୁ ଯାଇ ଆଖି ପଡ଼ିଚି ଗୋଟେ ଅଧାଜଳା ସିଗାରେଟ୍ ଉପରେ । ବୋଧହୁଏ ଟିକିଏ ପୂର୍ବରୁ ଛିଡ଼ା ହେଇଥିବା ବାବୁଜଣକ ଫୋପାଡ଼ି ଦେଇଯାଇଛନ୍ତି । ପଛକୁ ଚାହିଁଲି କେହି ଦେଖୁନାହାନ୍ତି । ଉଠେଇ ଆଣିବି କି ନାହିଁ ଏଇ ଚିନ୍ତାରେ ଅଛି । ପାଟିରୁ ଜକେଇ ଆସୁଥିବା ଲୁଣି ଲାଳ ଦି’ଥର ଢୋକିଚି । ଆଗକୁ ପାଦ ବଢ଼େଇଚି ତ ଅଟକିଗଲି । ନା, ଇଚ୍ଛା ହେଲା ଦୋକାନୀକୁ ଥରେ ବାକି ମାଗି ଦେଖିବି । ତା’ ବି କରିପାରିନି । ପଛକୁ ଚାହିଁ ଦେଖେତ ମୋ ପୁରୁଣା କମ୍ପାନୀର ସାଙ୍ଗ ସୋମେଶ । ମୋ ହାତକୁ ଭିଡ଼ି ଧରିଚି । ଦିପ୍ତୀ-ଦିପ୍ତୀ ଡାକୁଚି ।

କିଛି ନୂଆ ଆଇଡ଼ିଆ ଜୁଟିଯାଇଚି ନା କ’ଣ ବେ ? ତା’ ନହେଲେ ଏତେ ଅନ୍ୟମନସ୍କ ଯେ ମୁଁ ତୋ ପଛରେ କେତେବେଳୁ ଠିଆ ହେଇଚି, ତତେ ଡାକୁଚି ଅଥଚ ଶୁଣିବାକୁ ନାହିଁ ।

ତା’ପରେ

ଲୋକପ୍ରିୟ ଲେଖା

To Top