ଅନୁବାଦ ସାହିତ୍ୟ

ଆସାମର ସୁରକ୍ଷା ସଂକଟରେ ପଡ଼ିଗଲା

ସାଦୁଲ୍ଲା ୧୯୪୧ମସିହାରେ ଏକ ଭୂମି ବାସସ୍ଥାପନ ନୀତି ନେଇଆସିଥିଲେ, ଯାହା ପୂର୍ବ ବଙ୍ଗରୁ ଆସିଥିବା ପ୍ରବାସୀ (ମୁସଲିମ୍) ମାନଙ୍କୁ ଆସାମକୁ ଆସି ବାସସ୍ଥାପନ କରିପାରିବେ ବୋଲି ଅନୁମତି ଦେଲା ଏବଂ ପ୍ରତ୍ୟେକ ଘର ପାଇଁ ୩୦ ବିଘା ଜମି ଅଧିଗ୍ରହଣ କରିପାରିବାର ଅଧିକାର ଦେଲା

୧୮୨୬ ମସିହାରେ ଇଂରେଜମାନେ ଆସାମକୁ ଅଧୀନ କରିବା ପରେ, ସେମାନେ ଚାଷୀମାନଙ୍କୁ ଚା’ଚାଷ ଓ ଅନ୍ୟାନ୍ୟ ଉଦ୍ଦେଶ୍ୟ ପାଇଁ ଅଧିକ ଜନସଂଖ୍ୟା ଥିବା ପୂର୍ବବଙ୍ଗରୁ ଆଣି ବସତି ସ୍ଥାପନ କରାଇଲେ ।

୧୯୦୬ ମସିହାରେ ଢାକାରେ ହୋଇଥିବା ମୁସଲିମ୍‌ଲିଗ୍‌ର ସମ୍ମିଳନୀରେ ଗୋଟିଏ ଯୋଜନା ଗଢ଼ାଗଲା ଯାହାଦ୍ଵାରା ଆସାମ ଓ ପୂର୍ବୋତ୍ତର ଯାହା ପ୍ରାୟ ମୁସଲିମ୍-ଶୂନ୍ୟ ଥିଲା, ତାହାକୁ ମୁସଲିମ୍ ପ୍ରଧାନ ଅଞ୍ଚଳ କରାଯିବ । ସେମାନେ ପୂର୍ବବଙ୍ଗର ମୁସଲିମ୍‌ମାନଙ୍କୁ ଆସାମକୁ ଯାଇ ବସତି ସ୍ଥାପନ ପାଇଁ ଉତ୍ସାହିତ କରିଥିଲେ ।

୧୯୩୧ ମସିହାରେ ଥିବା ଜନଗଣନା ରିପୋର୍ଟରେ ଏହି ବ୍ୟାପକ ପ୍ରବାସ ଉଲ୍ଲେଖ କରାଯାଇଥିଲା ।

କଂଗ୍ରେସ ନେତା ବରଦୋଲୋଇ, ମେଧି ଓ ଅନ୍ୟମାନେ ଏହି ଗଭୀର ଚଳାଚଳ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରିଥିଲେ, କିନ୍ତୁ କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱ ପକ୍ଷରୁ ସେମାନେ ଯଥେଷ୍ଟ ସମର୍ଥନ ପାଇପାରିଲେ ନାହିଁ ।

୧୯୩୮ମସିହାରେ, ଯେତେବେଳେ ଆସାମ୍‌ରେ ମୁସଲିମ୍‌ଲିଗ୍‌ ନେତୃତ୍ୱଧୀନ ଗଠବନ୍ଧନ ସରକାର ପତନ ଘଟିଲା, ନେତାଜୀ ସୁଭାଷ ବୋସ୍‌ କଂଗ୍ରେସ ଦ୍ୱାରା ସରକାର ଗଠନ ପ୍ରୟାସକୁ ସମର୍ଥନ କଲେ ।

ଅନେକ କଂଗ୍ରେସ ନେତା ଏହି ଧାରଣା ବିପକ୍ଷରେ ଥିଲେ, ବିଶେଷ କରି ମୌଲାନା ଆଜାଦ୍‌ ।

ସରଦାର ପଟେଲ ସୁଭାଷ ବୋସ୍‌ଙ୍କୁ ପୂର୍ଣ୍ଣ ସମର୍ଥନ କଲେ; ଏବଂ ଶେଷରେ ଗୋପୀନାଥ ବରଦୋଲୋଇଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ କାର୍ଯ୍ୟଭାର ଗ୍ରହଣ କଲା ।

ବରଦୋଲୋଇ ଦେଶର ଶାସନରେ ଥିବାକୁ ଦେଖି ଆଶା କରାଯାଉଥିଲା ଯେ ମୁସଲିମ୍ ପ୍ରବାସ ଅଟକିଯିବ ଓ ମୁସଲିମ୍‌ଲିଗ୍‌ର ଚାଲ୍‌ ବିଫଳ ହେବ ।

ତଥାପି, ନେହରୁ ଓ ତାଙ୍କ ବାମପନ୍ଥୀ ସମର୍ଥକଙ୍କ ଅବିବେକପୂର୍ଣ୍ଣ ଚାଲ୍‌ ଦ୍ୱାରା ୧୯୩୯ ମସିହାରେ ପ୍ରାନ୍ତୀୟ କଂଗ୍ରେସ ମନ୍ତ୍ରିମଣ୍ଡଳ ଅସ୍ତଃପତ ହୋଇଗଲା (ପୂର୍ବ ପାଠ ଦେଖନ୍ତୁ)।

ଏହାର ଫଳରେ ଗୋପୀନାଥ ବରଦୋଲୋଇଙ୍କୁ ମଧ୍ୟ ଆସାମରେ ବାଧ୍ୟରେ ପଦତ୍ୟାଗ କରିବାକୁ ପଡ଼ିଲା, ଯଦିଓ ନେତାଜୀ ସୁଭାଷ ବୋସ ଓ ପଟେଲ ବରଦୋଲୋଇଙ୍କ ସରକାର ଜାରି ରହିବାକୁ ଚାହୁଁଥିଲେ ।

ଏହା ମୁସଲିମ୍‌ଲିଗ୍‌ ପାଇଁ ଭଗବାନଙ୍କ ଦ୍ୱାରା ନୁହେଁ ବରଂ ଆଲ୍ଲାଙ୍କ ଆଶୀର୍ବାଦ ସଦୃଶ ଥିଲା ।

ମୁସଲିମ୍‌ଲିଗ୍‌ର ବ୍ରିଟିଶ-ପୂର୍ବ ସାର ସଏଦ୍ ମହମ୍ମଦ ସାଦୁଲ୍ଲା, ଯାହାଙ୍କଠାରୁ ବରଦୋଲୋଇ ସତ୍ତା ଛଡାଇ ନେଇଥିଲେ, ପୁଣିଥରେ ସତ୍ତା ଅକ୍ତିଆର କଲେ ।

ପ୍ରାନ୍ତୀୟ ସତ୍ତା ଛାଡ଼ିବାର ଅବିବେକପୂର୍ଣ୍ଣ ନିଷ୍ପତ୍ତି ଏବଂ ୧୯୪୨ ମସିହାର “ଭାରତ ଛାଡ଼” ଆନ୍ଦୋଳନରେ ନେତୃତ୍ୱକୁ ନେଇ ଗିରଫ ହେବା ଫଳରେ କଂଗ୍ରେସ ନିଷ୍କ୍ରିୟ ହୋଇପଡ଼ିଥିଲା, ଯାହାର ଫାଇଦା ଉଠାଇ ସାଦୁଲ୍ଲା ପରବର୍ତ୍ତୀ ସାତ ବର୍ଷ ଧରି ଆସାମରେ ମୁସଲିମ୍ ଭିତ୍ତି ମଜବୁତ କରି ଅବିରତ ଶାସନ କରିଥିଲେ।

ସାଦୁଲ୍ଲା ୧୯୪୧ମସିହାରେ ଏକ ଭୂମି ବାସସ୍ଥାପନ ନୀତି ନେଇଆସିଥିଲେ, ଯାହା ପୂର୍ବ ବଙ୍ଗରୁ ଆସିଥିବା ପ୍ରବାସୀ (ମୁସଲିମ୍) ମାନଙ୍କୁ ଆସାମକୁ ଆସି ବାସସ୍ଥାପନ କରିପାରିବେ ବୋଲି ଅନୁମତି ଦେଲା ଏବଂ ପ୍ରତ୍ୟେକ ଘର ପାଇଁ ୩୦ ବିଘା ଜମି ଅଧିଗ୍ରହଣ କରିପାରିବାର ଅଧିକାର ଦେଲା ।

ସେ ଲିଆକତ୍ ଅଲ୍ଲୀ ଖାନ୍‌ଙ୍କୁ ଗର୍ବର ସହିତ କହିଥିଲେ ଯେ, ତାଙ୍କ ନୀତି ଦ୍ୱାରା ଆସାମ ଭ୍ୟାଲିର ଚାରିଟି ତଳ ଜିଲ୍ଲାରେ ମୁସଲିମ୍ ଜନସଂଖ୍ୟା ଚାରିଗୁଣ ବୃଦ୍ଧି ପାଇଛି ବୋଲି ।

ସଂକ୍ଷେପରେ କହିବାକୁ ଗଲେ, ନେହରୁଙ୍କ ଭୁଲ ନିଷ୍ପତ୍ତିର କାରଣ ହେତୁ ଆସାମର ଜନସଂଖ୍ୟାର ଭାରସାମ୍ୟ ଅତ୍ୟନ୍ତ ଖରାପ ଅବସ୍ଥାକୁ ପହଞ୍ଚିଗଲା ।

ଯେତେବେଳେ ଆମେ ଉତ୍ତରପୂର୍ବ ଭାରତ ବିଷୟରେ କଥାହେଉ, ସେତେବେଳେ ଆମେ ପ୍ରଥମେ ଗୋପୀନାଥ ବରଦୋଲୋଇଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଚ୍ଚିତ (ଯାହାକୁ ନେହରୁ ଆଡ଼ ନଜର ରେ ମଧ୍ୟ ଦେଖୁନ ଥିଲେ, ଏବଂ ଯିଏ ବହୁତ ପରେ ଗୃହବଂଶ ବିହୀନ ସରକାର ଥିବାବେଳେ ଭାରତ ରତ୍ନ ପାଇଥିଲେ)। ଯାହାଙ୍କ ବିନା ଆସାମ ଓ ଉତ୍ତରପୂର୍ବ ବୋଧ ହୁଏ ଭାରତର ଅଂଶ ହୋଇପାରିନଥାନ୍ତେ ।

୧୯୪୬ ମସିହାରେ ଭାରତର ସ୍ୱାଧୀନତା ପାଇଁ ବ୍ରିଟିଶ ମାନେ ଯେଉଁ ପ୍ରାରମ୍ଭିକ ଯୋଜନା କରିଥିଲେ, ତହିଁରେ ଆସାମ ଓ ବଙ୍ଗକୁ ଗ୍ରୁପ୍-ସି ରେ ରଖିଥିଲେ ।

ଏପରି ଭାଗୀଦାରୀ ଫଳରେ ଅହମିଆ ଲୋକମାନେ ଅଳ୍ପସଂଖ୍ୟକ ହେଉଥିଲେ ଏବଂ ଶେଷରେ ସେମାନେ ପୂର୍ବ ପାକିସ୍ତାନରେ ଅନ୍ତର୍ଭୁକ୍ତ ହୋଇଯିବାର ନିଶ୍ଚିତ ଥିଲା ।

ଏହି ଭୟଙ୍କର ସମ୍ଭାବନାକୁ ଅନୁଭବ କରିପାରି ବରଦୋଲୋଇ ଗ୍ରୁପ୍-ସି ରେ ଅନ୍ତର୍ଭୁକ୍ତ ହେବାକୁ ବିପକ୍ଷ କଲେ, ଯେଉଁଥିରେ ନେହରୁ ସହମତ ଥିଲେ । ନେହରୁ ଅନୁନୟ ଅନୁଗ୍ରହ ନକରିବାରେ ଅଟଳ ରହିବା ଦେଖି ବରଦୋଲୋଇ ଜନ ଆନ୍ଦୋଳନ ଆରମ୍ଭ କରିଦେଲେ ।

ସେ ମୁସଲିମ୍‌ଲିଗ୍‌ଙ୍କ ଏହି ଚେଷ୍ଟାର ବିରୋଧ କଲେ ଯେଉଁଥିରେ ଆସାମ ଓ ଉତ୍ତରପୂର୍ବ ଭାରତର ଅନ୍ୟାନ୍ୟ ଅଂଶଗୁଡିକୁ ପୂର୍ବ ପାକିସ୍ତାନରେ ଅନ୍ତର୍ଭୁକ୍ତ କରିବା ପ୍ରୟାସ ହୋଇଥିଲା ।

ନେହରୁଙ୍କ ନେତୃତ୍ୱରେ ଜାତୀୟ ସ୍ତରରେ କଂଗ୍ରେସ ପାର୍ଟି ମୁସଲିମ୍‌ଲିଗ୍‌ ପାଖରେ ଅନୁମୋଦନ କରିଥାନ୍ତି, ଯଦି ବରଦୋଲୋଇଙ୍କ ଦ୍ୱାରା ଏହି ବିଦ୍ରୋହ ହୋଇନଥାନ୍ତା ଓ ଆସାମ କଂଗ୍ରେସ ଏବଂ ମହାତ୍ମା ଗାନ୍ଧୀ ଓ ଅସମିଆ ଜନତାଙ୍କ ସମର୍ଥନ ମିଳିନଥାନ୍ତା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top